କନକ ବ୍ୟୁରୋ : ଅବିଭକ୍ତ କୋରାପୁଟ ଜିଲ୍ଲାରେ ବନ୍ଦ ପାଳନ । ଜିଲ୍ଳା ଭିତ୍ତିକ ନିଯୁକ୍ତି ଦାବିରେ ଆଜି ସକାଳୁ ଅବିଭକ୍ତ କୋରାପୁଟ ଜିଲ୍ଳାରେ ବନ୍ଦ ପାଳନ ହେଉଛି । ମିଳିତ କ୍ରିୟାନୁଷ୍ଠାନ କମିଟି ଡାକରାରେ ସକାଳ ୬ଟାରୁ ବନ୍ଦ ପାଳନ ଚାଲିଛି । ଯାହାର ପ୍ରଭାବ ପଡିଛି ଦୋକାନ ବଜାର ଓ ଗାଡି ମୋଟର ଉପରେ । କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ ଯାନବାହନ ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ କିଛି ଦିନ ତଳେ ମାଲକାନଗିରି ଜିଲ୍ଲାରେ ସ୍ଥାନୀୟ ଆଦିବାସୀ ନେତା ପ୍ରତିବାଦ କରିଥିଲେ ।
ଜିଲ୍ଳା ଭିତ୍ତିକ ନିଯୁକ୍ତି ଦାବିରେ ଅବିଭକ୍ତ କୋରାପୁଟରେ ବନ୍ଦ ପାଳନ । ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ
ଅବିଭକ୍ତ କୋରାପୁଟ ଜିଲ୍ଲାରେ ବନ୍ଦ ପାଳନ । ଜିଲ୍ଳା ଭିତ୍ତିକ ନିଯୁକ୍ତି ଦାବିରେ ଆଜି ସକାଳୁ ଅବିଭକ୍ତ କୋରାପୁଟ ଜିଲ୍ଳାରେ ବନ୍ଦ ପାଳନ ହେଉଛି । ମିଳିତ କ୍ରିୟାନୁଷ୍ଠାନ କମିଟି ଡାକରାରେ ସକାଳ ୬ଟାରୁ ବନ୍ଦ ପାଳନ ଚାଲିଛି ।