କନକ ବ୍ୟୁରୋ: ଝାରପଡା ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ। ବିଦ୍ୟାଧର ଗୁରୁଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। କଏଦୀଙ୍କ ମୃତ୍ୟୁ ନେଇ ତାଙ୍କୁ ସ୍ତ୍ରୀଙ୍କୁ ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମୃତ ବିଦ୍ୟାଧର ଜଣେ ଡ୍ରାଇଭର ଥିଲେ। ଏନଡିପିଏସ ମାମଲାରେ ଗତ ୫ ତାରିଖରେ ସେ ଝାରପଡା ଜେଲକୁ ଆସିଥିଲେ। ଜେଲ ଡିଜି ଅରୁଣ ରାୟ କହିଛନ୍ତି, ଆଜି ସକାଳୁ ଜେଲରେ ବିଦ୍ୟାଧରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ବିଦ୍ୟାଧର ଜେଲରେ ନିଶାସକ୍ତ ଥିବା ନେଇ ରେଜିଷ୍ଟରରେ ଉଲ୍ଲେଖ ରହିଛି। ସେପଟେ ମୃତକଙ୍କ ପରିବାର ହତ୍ୟା ଅଭିଯୋଗ ଆଣିଛନ୍ତି। ବିଚାରାଧିନ ଅବସ୍ଥାରେ ପିଟିପିଟି ମାରିଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପତ୍ନୀ। ପୋଷ୍ଟ ମର୍ଟମ୍ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଗାଇଡଲାଇନ୍ ଅନୁସାରେ ତଦନ୍ତ କରାଯିବ। ମାଜିଷ୍ଟ୍ରେଟ ଇନକ୍ୱାରୀ ମଧ୍ୟ କରାଯିବ ବୋଲି କହିଛନ୍ତି ଜେଲ ଡିଜି ଅରୁଣ ରାୟ।