ଚୌଦ୍ଵାର ଜେଲରେ ବିଚାରଧୀନ କଏଦୀର ମୃତ୍ୟୁ : ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

Advertisment

ଚୌଦ୍ଵାର ଜେଲରେ ବିଚାରଧୀନ କଏଦୀର ଆତ୍ମହତ୍ୟା । ନିଜ ୱାର୍ଡରେ ଥିବା ବେଳେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ।

ଚୌଦ୍ଵାର ଜେଲରେ ବିଚାରଧୀନ କଏଦୀର ଆତ୍ମହତ୍ୟା । ନିଜ ୱାର୍ଡରେ ଥିବା ବେଳେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ।

Suicide

କନକ ବ୍ୟୁରୋ : ଚୌଦ୍ଵାର ଜେଲରେ ବିଚାରଧୀନ କଏଦୀର ଆତ୍ମହତ୍ୟା । ନିଜ ୱାର୍ଡରେ ଥିବା ବେଳେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା । ଜେଲ ୱାର୍ଡରୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ଏସସିବି ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର କଏଦୀଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ବିଚାରଧିନ କଏଦୀ ହେଲେ କଟକ ଦରଘାବଜାର ଅଞ୍ଚଳର ମହମ୍ମଦ କଲିମ । ଗତ ଡିସେମ୍ୱର ୧୩ ତାରିଖରେ ଦରଘାବଜାର ଥାନା ପୁଲିସ ଦ୍ୱାରା ଗିରଫ ହୋଇ ଜେଲକୁ ଆସିଥିଲା ।

ଅଧିକ ପଢନ୍ତୁ :  ଆୟକର ବିଭାଗ ଚଢ଼ାଉ : ଭୟରେ ଆତ୍ମହତ୍ୟା କରିଦେଲେ କନଫିଡେଣ୍ଟ ଗ୍ରୁପ୍‌ ପ୍ରତିଷ୍ଠାତା ସିଜେ ରାୟ

ଜେଲ ଭିତରେ ଏମିତି କଣ ଘଟିଲା ଯେ ମହମ୍ମଦ କଲିମ ଏପରି ଚରମ ପଗକ୍ଷେପ ନେଲା ତାହା ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ସେପଟେ ଚୌଦ୍ଵାର ଜେଲର କଡ଼ା ସୁରକ୍ଷା ବଳୟ ଭିତରେ କିଭଳି ଜଣେ ବିଚାରଧୀନ କଏଦୀ ଆତ୍ମାହତ୍ୟା ଉଦ୍ୟମ କଲେ ତାକୁ ନେଇ ଆରମ୍ଭ ହୋଇଛି ତନାଘନା । ଉଠିଲା ପ୍ରଶ୍ନ କଣ କରୁଥିଲେ ସୁରକ୍ଷାରେ ଥିବା ୱାର୍ଡର । ଏହି ଘଟଣା ଚୌଦ୍ୱାର ଜେଲର ହୁଗୁଳା ସୁରକ୍ଷା ବ୍ୟବସ୍ଥା ପୁଣି ପଦାରେ ପକାଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe