କାହା ଚାପରେ ହୋଇଥିଲା ପାକିସ୍ତାନ ସହ ଅସ୍ତ୍ର ବିରତି? କ’ଣ ଭାବୁଛନ୍ତି ଦେଶର ଜନତା?

ଭାରତର ପ୍ରଚଣ୍ଡ ସାମରିକ କାର୍ଯ୍ୟାନୁଷ୍ଠାନରେ ଭୟଭୀତ ହୋଇ ପାକିସ୍ତାନ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲା ବୋଲି ନୂଆଦିଲ୍ଲୀ କହିଆସିଛି । ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଆସୁଛନ୍ତି ଯେ, ସେ ହିଁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରତି କରାଇଛନ୍ତି ।

CEASE

Photograph: (SOCIAL MEDIA)

କନକ ବ୍ୟୁରୋ: ପହଲଗାମ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନକୁ ଅପରେସନ ସିନ୍ଦୂର ଜରିଆରେ ପାନେ ଦେଇଛି ଭାରତ। ନିଜର ସାମରିକ ଶକ୍ତିର ପ୍ରଦର୍ଶନ ସହ ପାକିସ୍ତାନ ଉପରେ ପ୍ରଚଣ୍ଡ ଆକ୍ରମଣ କରି ବୁଦ୍ଧି ଶିଖାଇ ଦେଇଛି। ହେଲେ ତିନି ଦିନର ଯୁଦ୍ଧ ପରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବିରତି ହୋଇଥିଲା। ଭାରତର ପ୍ରଚଣ୍ଡ ସାମରିକ କାର୍ଯ୍ୟାନୁଷ୍ଠାନରେ ଭୟଭୀତ ହୋଇ ପାକିସ୍ତାନ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲା ବୋଲି ନୂଆଦିଲ୍ଲୀ କହିଆସିଛି । ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଆସୁଛନ୍ତି ଯେ, ସେ ହିଁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରତି କରାଇଛନ୍ତି । ଏପରିକି ପ୍ରାୟ ପ୍ରତି ସପ୍ତାହରେ କୌଣସି ନା କୌଣସି ଭାଷଣରେ ଏହାକୁ ଦୋହରାଉଛନ୍ତି । ଏହାକୁ ନେଇ ମୋଦୀ ସରକାରକୁ ବିରୋଧୀ ମଧ୍ୟ ଘେରିଛନ୍ତି । ହେଲେ ପ୍ରକୃତରେ କାହା ଚାପରେ ହୋଇଥିଲା ଆଉ କେତେ ଦୃଢ଼ ଥିଲା ଅପରେସନ୍ ସିନ୍ଦୁର? ଏନେଇ ଦେଶର ଜନତା କ’ଣ ଭାବୁଛନ୍ତି । ନିକଟରେ ଏନେଇ ଏକ ଜାତୀୟ ଗଣମାଧ୍ୟମରେ ସର୍ଭେ କରାଯାଇଥିଲା । ଏଥିରୁ ଆସିଥିବା ତଥ୍ୟ ଅନୁସାରେ ୫୫ ପ୍ରତିଶତଙ୍କ ମତ ଭାରତର ଦୃଢ଼ କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲା । ତେବେ ଅନ୍ୟ ୨୯ ପ୍ରତିଶତଙ୍କ ମତ ଯୁଦ୍ଧବିରତି କରାଇବାରେ ପାକିସ୍ତାନର ହାତ ଥିଲା । 

କାହା ଚାପରେ ହୋଇଥିଲା ଅସ୍ତ୍ରବିରତି?
ଜାତୀୟ ଗଣମାଧ୍ୟର ସର୍ଭେରୁ ଆସିଲା ରୋଚକ ତଥ୍ୟ
ଅପରେସନ ସିନ୍ଦୁର ଓ ପାକିସ୍ତାନ ସହ ଅସ୍ତ୍ରବିରତି ଉପରେ ତଥ୍ୟ
୫୫ ପ୍ରତିଶତ ଲୋକଙ୍କ ମତ ପାକିସ୍ତାନକୁ ବୁଦ୍ଧି ଶିଖାଛି ଭାରତ
ଅପରେସନ ସିନ୍ଦୁରରେ କାର୍ଯ୍ୟାନୁଷ୍ଠାନ ବେଶ୍ ଦୃଢ଼ ଥିଲା
ଭାରତର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ଭୟଭୀତ ହୋଇପଡ଼ିଥିଲା
ଫଳରେ ଅସ୍ତ୍ରବିରତି ପାଇଁ ନିଜ ଆଡ଼ୁ ଭାରତକୁ ଅନୁରୋଧ କରିଥିଲା
ପାକିସ୍ତାନ ଡିଜିଏମଓ ନିଜ ଆଡ଼ୁ ଭାରତ ଡିଜିଏମଓଙ୍କୁ ଫୋନ କରି ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲେ
ହେଲେ ୨୯ ପ୍ରତିଶତ ଏହା ସହ ସହମତ ନୁହଁନ୍ତି
୨୯ ପ୍ରତିଶତଙ୍କ ମତ ଭାରତର କାର୍ଯ୍ୟାନୁଷ୍ଠାନ ଦୁର୍ବଳ ଥିଲା
ଏମାନେ ଅଡୋନଲ୍ଡ ଟ୍ରମ୍ପଙ୍କ ଦାବିକୁ ସମର୍ଥନ କରିଛନ୍ତି 
ଟ୍ରମ୍ପଙ୍କ ଚାପରେ ଭାରତ ଓ ପାକିସ୍ତାନ ଅସ୍ତ୍ରବିରତି କରିଥିଲେ ବୋଲି ଏମାନେ ମତ ଦେଇଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe