କନକ ବ୍ୟୁରୋ : ଅନ୍ତର୍ଜାତୀୟ ମହିଳା ଦିବସରେ ଲକ୍ଷପତି ଦିଦି ଯୋଜନାରେ ୧୧ଲକ୍ଷ ହିତାଧିକାରୀଙ୍କୁ ପ୍ରମାଣ ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦୀ । ଗୁଜରାଟ ନବସାରୀରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମକୁ  ସମ୍ବୋଧିତ କରିବା ସହ ମହିଳାଙ୍କୁ ପ୍ରମାଣପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ । ମହିଳାଙ୍କୁ ସଶକ୍ତ କରିବାକୁ ମୋଦୀ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି ।୨୦୨୩ରୁ ଆରମ୍ଭ ହୋଇଛି ଲକ୍ଷପତି ଦିଦି ଯୋଜନା । ଯେଉଁମହିଳା ମାନେ ବ୍ୟବସାୟରୁ ଅତିକମରେ ବାର୍ଷିକ ଆୟ କରୁଥିବେ ସେମାନଙ୍କୁ ବିନା ସୁଧରରେ ଋଣ ଦେବାକୁ ଆରମ୍ଭ ହୋଇଛି ଏହି ଯୋଜନା ।ତେବେସେମାନେ କୌଣସି ସ୍ବୟଂ ସହାୟକ ଗୋଷ୍ଠୀରେ ରହିବା ଆବଶ୍ୟକ । ଆଜି ପ୍ରଧାନମନ୍ତ୍ରୀ  ଲକ୍ଷପତି ଦିଦି ସହ ଆଲୋଚନ କରି ସେମାନଙ୍କ ଅନୁଭୂତି ସାଉଁଟିଛନ୍ତି ।