ବୃକ୍ଷରୋପଣ ନାମରେ ଖାଇଗଲେ ସରକାରୀ ଟଙ୍କା । ୭୯ ଲକ୍ଷ ଟଙ୍କା ଦୁର୍ନୀତି ଅଭିଯୋଗରେ ଜୟପାଟଣାର ୫ ବନ କର୍ମଚାରୀ ଗିରଫ

ସୂଚନା ଅନୁସାରେ, କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଧିନସ୍ଥ ଜୟପାଟଣା ରେଞ୍ଜରେ ବୃକ୍ଷରୋପଣ ନାଁରେ ସରକାରୀ ଟଙ୍କାକୁ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକ ୨୫ ଜଣିଆ ଅଧିକାରୀ ଦଳ ଅନୁସନ୍ଧାନ କରିଥିଲେ। ବୃକ୍ଷ ଗଣନା ବେଳେ ସରକାରୀ ଟଙ୍କାକୁ ଅପବ୍ୟବହାର ସହ ଦୁର୍ନୀତି ସାମ୍ନାକୁ ଆସିଥିଲା।

}þþþþZZþòþ

କନକ ବ୍ୟୁରୋ :  ମହଙ୍ଗା ପଡିଲା ସରକାରୀ ଟଙ୍କାକୁ ଆତ୍ମସାତ କରିବା । ବୃକ୍ଷରୋପଣ ଟଙ୍କାକୁ ଅପବ୍ୟବହାର ଅଭିଯୋଗରେ ୫ ବନ କର୍ମଚାରୀଙ୍କୁ ଗିରଫ କଲା ଭିଜିଲାନ୍ସ । ଗିରଫ ବନ କର୍ମଚାରୀ ହେଲେ ଡେପୁଟି ରେଞ୍ଜର ଶୈଳେନ୍ଦ୍ରୀ ବାଗ, ଫରେଷ୍ଟର ଉମେଶ ରାଉତ, ଦେବରାଜ ସୁନାନୀ, ଫରେଷ୍ଟ ଗାର୍ଡ ଅଶୋକ ସାହୁ ଓ ଲଳିତ ନାଏକ । ସୂଚନା ଅନୁସାରେ, କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଧିନସ୍ଥ ଜୟପାଟଣା ରେଞ୍ଜରେ ବୃକ୍ଷରୋପଣ ନାଁରେ ସରକାରୀ ଟଙ୍କାକୁ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକ ୨୫ ଜଣିଆ ଅଧିକାରୀ ଦଳ ଅନୁସନ୍ଧାନ କରିଥିଲେ। ବୃକ୍ଷ ଗଣନା ବେଳେ ସରକାରୀ ଟଙ୍କାକୁ ଅପବ୍ୟବହାର ସହ ଦୁର୍ନୀତି ସାମ୍ନାକୁ ଆସିଥିଲା। ବୃକ୍ଷ ରୋପଣ ପାଣ୍ଠିର ଟଙ୍କାକୁ ବେନାମୀ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇ ପରବର୍ତ୍ତୀ ସମୟରେ ସେଇ ଟଙ୍କା ଉଠାଣ କରାଯାଇଛି। ଆର୍ଥିକ ବର୍ଷ ୨୦୨୩-୨୪ରେ ସର୍ବମୋଟ ୭୯ ଲକ୍ଷ ୫୪ ହଜାର ୬୩୫ ଟଙ୍କା ଅପବ୍ୟବହାର ହୋଇଥିବା ଜଣାପଡିଛି । ଦୁର୍ନୀତି ତଥା ସରକାରୀ ଟଙ୍କାକୁ ଅପବ୍ୟବହାର ମାମଲା ରୁଜୁ କରି ଭିଜିଲାନ୍ସ ୫ଜଣଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe