ସେଲ ଆରଏସପି ଦ୍ବାରା ସିଏସଆର ପ୍ରୟାସ ଅନ୍ତର୍ଗତ ବାଉଁଶ ହସ୍ତଶିଳ୍ପ ତାଲିମ ମାଧ୍ୟମରେ ପାର୍ଶ୍ୱାଞ୍ଚଳ ମହିଳା ସଶକ୍ତିକରଣ

ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସ୍ଥାୟୀ ଜୀବିକାକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ପଦକ୍ଷେପ ସ୍ଵରୂପ, ସେଲ, ରାଉରକେଲା ଇସ୍ପାତ କାରଖାନା (ଆରଏସପି) ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ଵ (ସିଏସଆର) ପଦକ୍ଷେପ ଅଧୀନରେ ପାର୍ଶ୍ୱାଞ୍ଚଳ । ଗ୍ରାମୀଣ ମହିଳାମାନଙ୍କ ପାଇଁ ଏକ ବାଉଁଶ ହସ୍ତଶିଳ୍ପ ତାଲିମ କାର୍ଯ୍ୟକ୍ରମ ହାତକୁ ନେଇଛି ।

WhatsApp Image 2025-07-26 at 8.11.43 PM

କନକ ବ୍ୟୁରୋ:  ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସ୍ଥାୟୀ ଜୀବିକାକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ପଦକ୍ଷେପ ସ୍ଵରୂପ, ସେଲ, ରାଉରକେଲା ଇସ୍ପାତ କାରଖାନା (ଆରଏସପି) ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ଵ (ସିଏସଆର) ପଦକ୍ଷେପ ଅଧୀନରେ ପାର୍ଶ୍ୱାଞ୍ଚଳ । ଗ୍ରାମୀଣ ମହିଳାମାନଙ୍କ ପାଇଁ ଏକ ବାଉଁଶ ହସ୍ତଶିଳ୍ପ ତାଲିମ କାର୍ଯ୍ୟକ୍ରମ ହାତକୁ ନେଇଛି । ନୂଆଗାଁ ବ୍ଲକର ଲିଣ୍ଡା ଗ୍ରାମରେ, ଦକ୍ଷତା ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏକ ପ୍ରତିଷ୍ଠିତ ଏନଜିଓ 'ନିର୍ମାଣ' ସହିତ ମିଳିତ ଭାବରେ ଏହି ତାଲିମ ପ୍ରଦାନ କରାଯାଉଛି ।

ଏହି ପଦକ୍ଷେପ ଅଧୀନରେ 'ରୀନା' ସ୍ଵୟଂ ସହାୟକ ଗୋଷ୍ଠୀ (ଏସଏଚଜି)ର ସଦସ୍ୟାମାନଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି, ଯେଉଁମାନେ ବାଉଁଶ ଉତ୍ପାଦ, ବିଶେଷକରି ବିଭିନ୍ନ ଆକାର ଏବଂ ଆକୃତିର ଟୋକେଇ ତିଆରି କରିବାରେ ତାଲିମ ପାଇଛନ୍ତି । ତାଲିମ ଗ୍ରହଣ କରିବା ପରେ ମହିଳାମାନେ ସ୍ଥାନୀୟ ବଜାରରେ ସେମାନଙ୍କର ହସ୍ତଶିଳ୍ପ ସାମଗ୍ରୀ ଉତ୍ପାଦନ ଏବଂ ବିକ୍ରୟ କରିବା ଆରମ୍ଭ କରିସାରିଛନ୍ତି, ଯାହା ଉପାର୍ଜନ ଏବଂ ଆର୍ଥିକ ଆତ୍ମନିର୍ଭରଶୀଳତାର ଏକ ରାସ୍ତା ସୃଷ୍ଟି କରିଛି । ଜଣେ ହିତାଧ୍ୟାକାରୀ, ସୁଶ୍ରୀ କୁଳମଣି ମୁଣ୍ଡରୀ ତାଙ୍କର ଖୁସି ଏବଂ କୃତଜ୍ଞତା ପ୍ରକାଶ କରି କୁହନ୍ତି, "ମୁଁ ସମ୍ପୂର୍ଣ୍ଣ ନିଃଶୁଳ୍କ ରୂପେ ଏହି ବାଉଁଶ କାରିଗର ତାଲିମ ପାଇଲି। ଏବେ, ମୁଁ କେବଳ ଟୋକେଇ ତିଆରି କରିପାରିବି, ତାହା ନୁହେଁ ବରଂ ବଜାରରେ ବିକ୍ରୟ କରି ଟଙ୍କା ମଧ୍ୟ ରୋଜଗାର କରିପାରିବି । ଏହା ମୋର ଆତ୍ମବିଶ୍ବାସ ବୃଦ୍ଧି କରିଛି ଏବଂ ମୋ ପରିବାରକୁ ମଧ୍ୟ ସାହାଯ୍ୟ କରୁଛି ।"

ଏହି ପଦକ୍ଷେପ କେବଳ ପାରମ୍ପରିକ ବାଉଁଶ କାରିଗରକୁ ସଂରକ୍ଷଣ କରେ ନାହିଁ ବରଂ ଆଦିବାସୀ ଓ ଗ୍ରାମାଞ୍ଚଳର ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ ମଧ୍ୟ କରେ । ଦକ୍ଷତା ବିକାଶ ଏବଂ ବଜାର ସଂଯୋଗକୁ ସକ୍ଷମ କରି ଆରଏସପି ଏହି ଅଞ୍ଚଳର ସାମାଜିକ-ଆର୍ଥିକ ବିକାଶରେ ଅର୍ଥପୂର୍ଣ୍ଣ ଅବଦାନ ଦେଇଚାଲିଛି ଏବଂ ଏକ ଦାୟିତ୍ଵବାନ କର୍ପୋରେଟ୍ ନାଗରିକ ଭାବରେ ଏହାର ଭୂମିକାକୁ ପୁନଃନିର୍ଦ୍ଦିଷ୍ଟ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe