କନକ ବ୍ୟୁରୋ : ବିସିସିଆର ମହାଭିଯୋଗ ଧମକ ପରେ ଏସିଆ କ୍ରିକେଟ କାଉଁନସିଲ ମୁଖ୍ୟ ମୋହସିନ ନକଭି ମୁଣ୍ଡ ନୁଆଇଁଛନ୍ତି। ପଡିଆରୁ ଟ୍ରଫି ନେଇ ପଳାଇଥିବା ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଅଧ୍ୟକ୍ଷ ନକଭୀ ୟୁଏଇ ବୋର୍ଡକୁ ଟ୍ରଫି ହସ୍ତାନ୍ତର କରିଛନ୍ତି। ଏସିଆ କପ୍ ଫାଇନାଲରେ ଭାରତ ପାକିସ୍ତାନୀ ନକଭୀଙ୍କ ହାତରୁ ଟ୍ରଫି ନେବାକୁ ମନା କରିଥିଲା । ପରେ ନିଜ ହୋଟେଲ ରୁମକୁ ବିଜେତା ଟ୍ରଫି ନେବା ସହ ନିଜକୁ ସଙ୍କଟପୂର୍ଣ୍ଣ ପରିସ୍ଥିତିରେ ପକାଇ ଦେଇଥିଲେ ନକଭୀ । କିନ୍ତୁ ଏପର୍ଯ୍ୟନ୍ତ ଭାରତୀୟ ଦଳକୁ ଟ୍ରଫି ହସ୍ତାନ୍ତର ହୋଇନାହିଁ ।
ଟ୍ରଫି ବିବାଦର ସମାଧାନ ନେଇ ଏସିସିର ବୈଠକରେ ବିସିସିଆଇର ପ୍ରତିନିଧି ରାଜୀବ ଶୁକ୍ଳା, ଆଶିଷ ଶେଲାର ସହ ମୁହାଁମୁହିଁ ହୋଇଛନ୍ତିଓ ନକଭି । ଟ୍ରଫିଟି ବୈଧ ବିଜେତା ଭାରତର ଏବଂ ଏହା କୌଣସି ବ୍ୟକ୍ତିଙ୍କ ସମ୍ପତ୍ତି ନୁହେଁ ବୋଲି କହିଛି ବିସିସିଆଇ । ନକଭିଙ୍କ କାର୍ଯ୍ୟ ସିଧାସଳଖ ପଦର ଅପବ୍ୟବହାର ଏବଂ କ୍ରୀଡ଼ା ମାନଦଣ୍ଡର ଅବମାନନାକୁ କରିଥିବା ଭାରତ କହିଛି । ଏସିଆ କପ୍ ଟ୍ରଫି ବର୍ତ୍ତମାନ ୟୁଏଇ କ୍ରିକେଟ୍ ବୋର୍ଡ ପାଖରେ ଅଛି । ଟ୍ରଫି କିପରି ଏବଂ କେବେ ଭାରତକୁ ହସ୍ତାନ୍ତର କରାଯିବ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ଟ୍ରଫି କିପରି ଭାରତକୁ ହସ୍ତାନ୍ତର କରାଯିବ ତାହା ଉପରେ ଗୁରୁତ୍ବ ଦେଇଛି ବିସିସିଆଇ । ତେବେ ଖେଳରେ ରାଜନୀତି ନପୁରାଇବାକୁ କହିଛନ୍ତି ପୂର୍ବତନ କ୍ରିକେଟର।
ବିସିସିଆଇ ମଧ୍ୟ ନକଭିଙ୍କୁ ଭାରତୀୟ ଦଳକୁ ଆନୁଷ୍ଠାନିକ ଭାବରେ ଅଭିନନ୍ଦନ ଜଣାଇବାକୁ ଅନୁରୋଧ କରିଥିଲା । କିନ୍ତୁ ସେ ଏପରି କରିବାକୁ ମନା କରିଥିଲେ । ଘଟଣା ପାଇଁ ଏସିସି 'ଦୁଃଖ' ପ୍ରକାଶ କରିଥିବା ବେଳେ, ନକଭି ଏପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟ ପାଇଁ ଆନୁଷ୍ଠାନିକ ଭାବେ କ୍ଷମା ପ୍ରାର୍ଥନା କରିନାହାଁନ୍ତି । ବିସିସିଆଇ ସ୍ପଷ୍ଟ କରିଛି, ଏହି ପ୍ରସଙ୍ଗକୁ ନଭେମ୍ବରରେ ହେବାକୁ ଥିବା ଆଇସିସି ବୈଠକରେ ଉଠାଇବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/01/11-2025-10-01-20-56-20.jpg)