କନକ ବ୍ୟୁରୋ: ଭାରତର ଚାପ ଆଗରେ ମୁଣ୍ଡ ନୁଆଁଇଲେ ପିସିବି ତଥା ଏସିସି ଅଧ୍ୟକ୍ଷ ମୋହସିନ ନକଭି । ଟ୍ରଫି ନଫେରାଇବା ଚାଲ୍ ଫେଲ ମାରିଛି । ଶେଷରେ ଦୁବାଇ କ୍ରିକେଟ ବୋର୍ଡକୁ ଏସିଆ କପ୍ ୨୦୨୫ ଟ୍ରଫି ଫେରାଇଛନ୍ତି ନକଭି । ଏଇଠି ଗୋଟେ କଥା କୁହାଯାଇପାରେ କୂଟନୀତିରେ ଫେଲ୍, ପଡ଼ିଆରେ ବି ଫେଲ୍ ତଥାପି ପୁରୁଣା ଅଭ୍ୟାସ ଛାଡ଼ୁନି ପାକିସ୍ତାନ । ଏସିଆନ କ୍ରିକେଟ କାଉନିସଲ ବୈଠକରେ ସାବାଡ଼ ହେବା ପରେ ମୋହସିନ ନକଭି ବିସିସିଆଇକୁ କ୍ଷମା ମାଗିଥିଲେ କିନ୍ତୁ ଭାରତକୁ ଟ୍ରଫି ଫେରାଇବାକୁ ରଖିଥିଲେ ସର୍ତ୍ତ । ଟିମ୍ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦୁବାଇ ଆସନ୍ତୁ ଓ ଟ୍ରଫି ଏବଂ ମେଡାଲ ନେଇ ଯାଆନ୍ତୁ ବୋଲି ନକଭି ସର୍ତ୍ତ ରଖିଥିଲେ । ନକଭି ଚାହୁଥିଲେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଉ । ତାଙ୍କୁ ଟିମ୍ ଇଣ୍ଡିଆକୁ ପଦକ ଏବଂ ଟ୍ରଫି ସହିତ ସମ୍ମାନିତ କରିବାର ସୁଯୋଗ ମିଳୁ । ହୁଏତ ନକଭି ଭୁଲିଯାଇଥିଲେ ତାଙ୍କର ଏହି ଇଚ୍ଛା କେବେବି ପୂରଣ ହେବନି । ଯାହା ସତ ହେଲା ।
ଟିମ୍ ଇଣ୍ଡିଆ, ଏସିଆ କପ୍ ୨୦୨୫ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରିବା ପରେ ଏସିସି ମୁଖ୍ୟ ମୋହସିନ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବେ ନାହିଁ ବୋଲି ଭାରତୀୟ ଖେଳାଳିମାନେ ସ୍ପଷ୍ଟ କରିଥିଲେ । ସୂଚନା ଅନୁସାରେ ଏମିରେଟ୍ସ କ୍ରିକେଟ୍ ବୋର୍ଡ ଓ ଏସିସି ଅଧିକାରୀମାନେ ବିଜେତାଙ୍କୁ ଇସିବି ଅଧ୍ୟକ୍ଷ ଖାଲିଦ ଅଲ୍ ଜାରୁନି ଓ ବାଂଲାଦେଶ କ୍ରିକେଟ୍ ବୋର୍ଡ ସଭାପତି ଅମିନୁଲ୍ ଇସଲାମଙ୍କ ଦ୍ୱାରା ସମ୍ମାନିତ କରିବାକୁ ପ୍ରସ୍ତାବ ଦେଇଥିଲେ କିନ୍ତୁ ମାନିନଥିଲେ ନକଭି । ସେପଟେ ଟିମ ଇଣ୍ଡିଆ ବି ନିଜ ଜିଦରେ ଅଟଳ ଥିଲା । ନକଭିଙ୍କୁ ମଞ୍ଚରେ ଦୀର୍ଘ ସମୟ ଧରି ଛିଡ଼ା କରିବା ସହ ଟ୍ରଫି ଗ୍ରହଣ କରିନଥିଲା । ଅପମାନ ପାଇବା ପରେ ନକଭି ତାଙ୍କ ସହିତ ଟ୍ରଫି ନେଇ ଚାଲିଯାଇଥିଲେ । ଆଉ ଟିମ୍ ଇଣ୍ଡିଆ ବିନା ଟ୍ରଫିରେ ସେଲିବ୍ରେସନକରିଥିଲା । ତେବେ ମଙ୍ଗଳବାର ବୈଠକରେ ଏସିଆ କପ୍ ବିଜେତା ଭାରତୀୟ ଦଳକୁ ଟ୍ରଫିରୁ ବଞ୍ଚିତ ରଖାଯିବା ବିବାଦକୁ ନେଇ ମଙ୍ଗଳବାର ଏସିସି ବୈଠକରେ ତମ୍ବିତୋଫାନ କରିଥିଲା ବିସିସିଆଇ ।
ଟ୍ରଫି ଫେରାଇଲେ ଟ୍ରଫି ଚୋର, ମୁଣ୍ଡ ନୁଆଁଇଲେ ମୋହସିନ ନକଭି
ଏସିଆନ କ୍ରିକେଟ କାଉନିସଲ ବୈଠକରେ ସାବାଡ଼ ହେବା ପରେ ମୋହସିନ ନକଭି ବିସିସିଆଇକୁ କ୍ଷମା ମାଗିଥିଲେ କିନ୍ତୁ ଭାରତକୁ ଟ୍ରଫି ଫେରାଇବାକୁ ରଖିଥିଲେ ସର୍ତ୍ତ । ଟିମ୍ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦୁବାଇ ଆସନ୍ତୁ ଓ ଟ୍ରଫି ଏବଂ ମେଡାଲ ନେଇ ଯାଆନ୍ତୁ ବୋଲି ନକଭି ସର୍ତ୍ତ ରଖିଥିଲେ ।
/kanak/media/media_files/2025/10/01/naqvi-2025-10-01-21-13-04.png)