ଚାପରେ ପଡ଼ି ଡିକେ ଶିବକୁମାରଙ୍କ କ୍ଷମାପ୍ରାର୍ଥନା, ବିଧାନସଭାରେ ଆରଏସଏସ ଗୀତ ଗାଇ ହାଇକମାଣ୍ଡଙ୍କ ରୋଷରେ ଶିକାର ହୋଇଥିଲେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ

ରାଜ୍ୟ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ବିକେ ହରିପ୍ରସାଦ ଉପମୁଖ୍ୟମନ୍ତ୍ରୀ ଏଭଳି ଆଚରଣକୁ ଖୋଲାଖୋଲି ସମାଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଏକାନ୍ତ ଅର୍ନ୍ତଗତ ମନ୍ତ୍ରୀ ସତୀଶ ଜାଖୋଲି ମଧ୍ୟ ବିକେ ହରିପ୍ରସାଦଙ୍କ ସହ ସ୍ବର ମିଳାଇ ଡିକେଙ୍କ ଆଚରଣ ଦଳ ବିରୋଧ ବୋଲି ମନ୍ତବ୍ୟ ଦେବାକୁ ପଛାଇନଥିଲେ 

38

କନକ ବ୍ୟୁରୋ : ଶେଷରେ ବହୁ କଂଗ୍ରେସ ନେତାଙ୍କ ଚାପରେ ପଡି ଡିକେ ଶିବକୁମାର କ୍ଷମା ମାଗିବାକୁ ବାଧ୍ୟ ହୋଇଛନ୍ତି । ରାଜ୍ୟ ବିଧାନସଭାରେ ଆଇପିଏଲ ଦଳାଚକଟା ମାମଲାରେ ଚାଲିଥିବା ଏକ ଆଲୋଚନା ବେଳେ ଉପମୁଖ୍ୟମନ୍ତ୍ରୀ ଡିକେ ସ୍ବତଃପ୍ରବୃତ୍ତ ଭାବେ ଆରଏସଏସ ସଂଗୀତ ଗାଇଥିଲେ । ସ୍ବାଭାବିକ ଭାବେ ବିରୋଧୀ ବିଜେପି ସଭ୍ୟମାନେ ଏହାକୁ ସ୍ବାଗତ କରିଥିଲେ । ମାତ୍ର ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ଥିବା ଡିକେଙ୍କ ଆଚରଣକୁ ରାଜ୍ୟ କଂଗ୍ରେସର ଏକ ବଡ ଗୋଷ୍ଠୀ ଏହାକୁ ନାପସନ୍ଦ କରିଥିଲେ।

ରାଜ୍ୟ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ବିକେ ହରିପ୍ରସାଦ ଉପମୁଖ୍ୟମନ୍ତ୍ରୀ ଏଭଳି ଆଚରଣକୁ ଖୋଲାଖୋଲି ସମାଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଏକାନ୍ତ ଅର୍ନ୍ତଗତ ମନ୍ତ୍ରୀ ସତୀଶ ଜାଖୋଲି ମଧ୍ୟ ବିକେ ହରିପ୍ରସାଦଙ୍କ ସହ ସ୍ବର ମିଳାଇ ଡିକେଙ୍କ ଆଚରଣ ଦଳ ବିରୋଧ ବୋଲି ମନ୍ତବ୍ୟ ଦେବାକୁ ପଛାଇନଥିଲେ 

ଗୋଟିଏ ପଟେ କଂଗ୍ରେସ ହାଇକମାଣ୍ଡ ମୁଖ୍ୟତଃ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆରଏସ୍‌ଏସ୍‌କୁ ତୀବ୍ର ସମାଲୋଚନା କରନ୍ତି । ସ୍ବାଧୀନତା ଆନ୍ଦୋଳନ ସମୟରେ ଆରଏସଏସ ତଥାକଥିତ ଭୂମିକାକୁ ପ୍ରସଙ୍ଗ କରିବାକୁ କୌଣସି କଂଗ୍ରେସ ନେତା ପଛାଉନାହାଁନ୍ତି । ଏପରି ସମୟରେ  ଡିକେଙ୍କ ଆରଏସଏସ ସଂଗୀତ ଗାନ ଦଳର ହାଇକମାଣ୍ଡଙ୍କୁ ହଜମ ହେଉନଥିବା ସ୍ବାଭାବିକ । ରାଜ୍ୟର ମୁଖ୍ୟ ପଦ ଓ ପଦବୀକୁ ନେଇ ସିଦ୍ଦରମୈୟା ଓ ଡିକେଙ୍କ ମଧ୍ୟରେ ଛକାପଂଝା ଲାଗି ରହିଛି ।ଏହି ସମୟରେ ହାଇକମାଣ୍ଡଙ୍କୁ ଅସନ୍ତୋଷ କରିବାକୁ ଚତୁର ଡିକେ ଚାହୁନାହାଁନ୍ତି । ତେଣୁ ଆରଏସଏସ ସଂଗୀତ ଗାନ ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଡିକେ କ୍ଷମା ପ୍ରାର୍ଥନା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe