କନକ ବ୍ୟୁରୋ : ମହାରାଷ୍ଟ୍ର ମୁମ୍ବାଇର ମୁଲୁଣ୍ଡ ଅଞ୍ଚଳରେ ଶନିବାର ମଧ୍ୟାହ୍ନରେ ମେଟ୍ରୋ ନିର୍ମାଣ କାର୍ଯ୍ୟ ସମୟରେ ଏକ ଅଘଟଣ ଘଟିଛି । ଏଲମ୍ବିଏସ୍ ରୋଡ୍ ନିକଟରେ ନିର୍ମାଣାଧିନ ମେଟ୍ରୋର ପିଲାରର ଏକ ବଡ଼ ଅଂଂଶ ଖସିପଡ଼ିଛି । ଏହା ସେହିବାଟେ ଯାଉଥିବା ଅଟୋ ଏବଂ କାର୍ ଉପରେ ପଡ଼ିଛି। ଫଳରେ ୪ ଜଣ ଲୋକ ଆହତ ହୋଇଛନ୍ତି । ଏହି ନିର୍ମାଣ କାର୍ଯ୍ୟ ଜନସନ ଆଣ୍ଡ ଜନସନ କମ୍ପାନି ଦ୍ବାରା କରାଯାଉଛି। ପ୍ରାରମ୍ଭିକ ସୂଚନା ଅନୁସାରେ ଅଘଟଣ ମଧ୍ୟାହ୍ନ ପ୍ରାୟ ୧୨:୨୦ରେ ହୋଇଥିବା କୁହାଯାଉଛି ।
ସୂଚନା ମିଳିବା ପରେ ପୁଲିସ୍ ଟିମ୍, ଅଗ୍ନିଶମ ବାହିନୀ, ମେଟ୍ରୋ ଫ୍ରାଧିକରଣ କର୍ମଚାରୀ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜମି ରହିଥିବା ଭିଡ଼କୁ ଅନ୍ୟରାସ୍ତାରେ ପରିଚାଳନା କରାଯାଇଛି । ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀରେ କେତେକ ନିର୍ମାଣାଧିନ ଭିତ୍ତିଭୂମି ନିକଟରେ ଥିବା ଖାଲରେ ପଡ଼ି କିଛି ଲୋକଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁ ଏଭଳି ଅଭାବନୀୟ ଘଟଣା ଘଟିଥିବାଥିବାବେଳେ ଏବେ ମୁମ୍ବାଇର ଏହି ଘଟଣା ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି ।
ଅଧିକ ପଢ଼ନ୍ତୁ---ସଡ଼କ ଦୁର୍ଘଟଣାରେ ୩ ସିଆରପିଏଫ୍ ଯବାନ ସହିଦ, ଜଣେ ଡ୍ରାଇଭର ମୃତ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/14/metro-pillar-collapses-2026-02-14-16-07-09.jpg)