ଭୁଶୁୁଡିପଡିଲା ନିର୍ମାଣାଧିନ ୫ ମହଲା କୋଠା ; ଜଣେ ଶ୍ରମିକ ମୃତ, ୨ ଗୁରୁତର, ଉଦ୍ଧାର କାର୍ଯ୍ୟରେ ଏନଡିଆରଫ ଟିମ୍

ଢେଙ୍କାନାଳରେ ଭୁଶୁଡିଲା ନିର୍ମାଣାଧୀନ ୫ ମହଲା ନିର୍ମାଣାଧୀନ ହୋଟେଲ । ଜଣେ ମୃତ,୨ ଗୁରୁତର ।ଜଣେ ଶ୍ରମିକ କଟିଲା ଦୁଇ ହାତ । ଏନଡିଆରଫ ଟିମ୍ ସହାୟତାରେ ସରିଲା ଉଦ୍ଧାର କାମ ।

500099

କନକ ବ୍ୟୁରୋ: ଢେଙ୍କାନାଳ ସହର ଉପକଣ୍ଠ ମହିଷାପାଟଣାରେ ଏକ ତାରକା ହୋଟେଲ୍‌ ପାଖରେ ସଂମ୍ପ୍ରସାରଣ କାର୍ଯ୍ୟବେଳେ ଅଘଟଣ ଘଟିଛି । ତିନି ମହଲାର ଛାତ ନିର୍ମାଣ ଭୁଶୁଡ଼ି ପଡ଼ିଛି । ଏହି ଦୁର୍ଘଟଣାରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଛି । ଅଘଟଣର ଶିକାର ହୋଇଥିବା ଅନ୍ୟ ୨ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ ।

ସୂଚନା ମୁତାବକ, ମହିଷାପାଟଠାରେ ଏକ ୫ ମହଲା ବିଶିଷ୍ଟ ତାରକା ହୋଟେଲ୍‌ ନିର୍ମାଣ ଚାଲିଛି । କୋଠାର ପଛପାଖକୁ ଲାଗି ୩ ମହଲା ବିଶିଷ୍ଟ ଅନ୍ୟ ଏକ ସମ୍ପ୍ରସାରଣ କାର୍ଯ୍ୟର ନିର୍ମାଣ ହେଉଥିବା ବେଳେ ତୃତୀୟ ମହଲାର ଛାତ ପଡ଼ୁଥିଲା। ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ନିର୍ମାଣାଧୀନ ଛାତର ପିଲାରଗୁଡ଼ିକ ଭାଙ୍ଗି ହଠାତ୍‌ ଭୁଶୁଡ଼ି ପଡ଼ିଥିଲା । ସେଠାରେ କାମ କରୁଥିବା ଶ୍ରମିକମାନେ ଛାତ ତଳେ ଚାପି ହୋଇଯାଇଥିଲେ। 

ଖବରପାଇ ଅଗ୍ନିଶମ ବାହିନୀ, ପୁଲିସ ଘଟଣାସ୍ଥଳରେ ପହଞ୍ଚି ୨ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ପରେ ଅନ୍ୟଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଭୁଶୁଡ଼ି ପଡ଼ିଥିବା ଛାତ ତଳେ ଆଉ କିହି ଶ୍ରମିକ ଅଛନ୍ତି କି ନାହିଁ ସେ ନେଇ ଜଣାପଡୁନାହିଁ ।  ଉଦ୍ଧାର କାର୍ଯ୍ୟ ସରିବା ପରେ ମୃତାହତଙ୍କ ସମ୍ପର୍କରେ ସବିଶେଷ ଖବର ଜଣାପଡ଼ିବ ବୋଲି ଅନୁମାନ କରାଯାଉଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe