ଆମେରିକାର ମଧ୍ୟସ୍ଥତା ଭିତରେ ଋଷ ଉପରେ ୟୁକ୍ରେନର ବଡ ଆକ୍ରମଣ, କ୍ରେମଲିନର ସାମରିକ ଘାଟିରେ ବୋମା ବର୍ଷା

କିନ୍ତୁ ଉଭୟ ଦେଶ ପରସ୍ପର ଉପରକୁ ଘାତକ ଆକ୍ରମଣ ଜାରି ରଖିଛନ୍ତି। ରୁଷର ଆଣବିକ ବୋମାବର୍ଷୀ ବିମାନ ଥିବା ଘାଟି ଉପରେ ୟୁକ୍ରେନ ଡ୍ରୋନ୍‌ ଆକ୍ରମଣ କରିଛି। ଏହି ଘାଟିଟି ରୁଷ୍‌-ୟୁକ୍ରେନ ସୀମାଠାରୁ ପ୍ରାୟ ୭୦୦ କିମି ଦୂରରେ ଅବସ୍ଥିତ। ଆକ୍ରମଣ ଯୋଗୁ ଆକାଶରେ ବହୁ ଉଚ୍ଚ ପର୍ଯ୍ୟନ୍ତ ନିଆଁ ଓ ଧୂଆଁ ଦେଖିବାକୁ ମିଳିଛି। ନିକଟରେ ଥିବା କେତେକ ଘର ସହିତ ହସ୍ପିଟାଲ ଆଦି କ୍ଷତିଗ୍ରସ୍ତ ହୋଇଛି। 

fdsffasdfsdfsdf

କନକ ବ୍ୟୁରୋ : ଗୋଟିଏପଟେ ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ ହେବା ନେଇ କଥାବାର୍ତ୍ତା ଚାଲିଥିବା ବେଳେ ୟୁକ୍ରେନ୍ ରୁଷ ଉପରେ କରିଛି ବଡ ଆକ୍ରମଣ । ଏମିତି କି ୟୁକ୍ରେନ୍‌- ରୁଷ୍‌ ମଧ୍ୟରେ ଯୁଦ୍ଧବିରତି ନିମନ୍ତେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଉଦ୍ୟମ ଜାରି ରଖିଛନ୍ତି ।  ଉଭୟ ଦେଶ ପରସ୍ପର ଉପରକୁ ଘାତକ ଆକ୍ରମଣ ଜାରି ରଖିଛନ୍ତି । ରୁଷର ଆଣବିକ ବୋମାବର୍ଷୀ ବିମାନ ଥିବା ଘାଟି ଉପରେ ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣ କରିଛି । ଏହି ଘାଟିଟି ରୁଷ୍‌-ୟୁକ୍ରେନ୍‌ ସୀମାଠାରୁ ପ୍ରାୟ ୭୦୦ କିମି ଦୂରରେ ଅବସ୍ଥିତ। ଆକ୍ରମଣ ଯୋଗୁ ଆକାଶରେ ବହୁ ଉଚ୍ଚ ପର୍ଯ୍ୟନ୍ତ ନିଆଁ ଓ ଧୂଆଁ ଦେଖିବାକୁ ମିଳିଛି । ନିକଟରେ ଥିବା କେତେକ ଘର ସହିତ ହସ୍ପିଟାଲ ଆଦି କ୍ଷତିଗ୍ରସ୍ତ ହୋଇଛି । 

  • ରୁଷ-ୟୁକ୍ରେନ୍‌ ଯୁଦ୍ଧ ବନ୍ଦ ପାଇଁ କିଛି ଦିନ ହେବ ଚାଲିଛି ଘନଘନ ଆଲୋଚନା 
  • ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ଯୁଦ୍ଧ ବନ୍ଦ ପାଇଁ ଉଦ୍ୟମ ଜାରି ରଖିଥିଲେ
  • ଆଲୋଚନା ଭିତରେ ୟୁକ୍ରେନ ରୁଷ ଉପରେ କରିଛି ବଡ ଆକ୍ରମଣ
  • ଦୀର୍ଘଦିନର ବ୍ୟବଧାନ ପରେ ୟୁକ୍ରେନ୍‌ ରୁଷ ଉପରେ ବଡ ଆକ୍ରମଣ କରିଛି
  • ୟୁକ୍ରେନର ଟାର୍ଗେଟରେ ଥିଲା ରୁଷର ଷ୍ଟ୍ରାଟେଜିକ୍ ବିମାନ ଘାଟି
  • ଆକ୍ରମଣରେ ଏହି ଘାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ବୋଲି ୟୁକ୍ରେନର ଦାବି
  • ଆକ୍ରମଣ ଏତେ ଭୟଙ୍କର ଥିଲା ଯେ,୭୦୦କିମି ଦୂରରେ ଥିବା ଏୟାରବେସରେ ନିଆଁ ଲାଗିଥିଲା
  • ରୁଷ କହିଛି ୧୩୨ ୟୁକ୍ରେନ୍‌ ଡ୍ରୋନକୁ ନଷ୍ଟ କରିଛି
  • ରୁଷର ସିଜରାନ୍ ସହରରେ ଥିବା ଏକ ତୈଳ ବିଶୋଧନାଗାର ଉପରେ ମଧ୍ୟ ୟୁକ୍ରେନ୍‌ ଆକ୍ରମଣ କରିଛି
  • ରୁଷ୍‌ର ବାୟୁ ପ୍ରତିରକ୍ଷା ‌ବ୍ୟବସ୍ଥା ବ୍ରିୟାନସ୍କ. ଟାଟାରସ୍ଥାନ, ଟୁଲା ଅଞ୍ଚଳ ଏବଂ କୃଷ୍ଣ ସାଗର ଅଞ୍ଚଳରେ ୯ଟି ୟୁକ୍ରେନୀୟ ଡ୍ରୋନକୁ ନଷ୍ଟ କରିଛି
  • ସାରାଟୋଭର ଗଭର୍ଣ୍ଣର କହିଛନ୍ତି, ଏଞ୍ଜେଲସ ସହରରେ ଡ୍ରୋନ୍‌ ମାଡ଼ ଫଳରେ ଏୟାରଫିଲ୍‌ଡରେ ନିଆଁ ଲାଗିଯାଇଥିଲା, ଆଖପାଖର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି ଋଷ କହିଛି

ଅନ୍ୟପଟେ ବୁଧବାର ରାତିସାରା ଇସ୍ରାଏଲ ଗାଜା ଉପରେ ବୋମା ବର୍ଷା କରିଛି । ଅନେକ ଘରକୁ ଟାର୍ଗେଟ୍‌ କରି ଇସ୍ରାଏଲ ଆକ୍ରମଣ କରିଥିବାରୁ ଏଥିରେ ମହିଳା, ଶିଶୁଙ୍କ ସମେତ ୯୫ଜଣ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଥିବା ପାଲେଷ୍ଟାଇନ  ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ।  ଇସ୍ରାଏଲ ବିମାନ ଆକ୍ରମଣରେ ମଙ୍ଗଳବାର କେବଳ ୪୦୦ରୁ ଅଧିକ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଥିଲା । ଜାନୁଆରିରେ ଯୁଦ୍ଧବିରତି ହେବାପରେ ଇସ୍ରାଏଲ ପ୍ରଥମ ଥର ପାଇଁ ଗାଜାରେ ସ୍ଥଳ ଅପରେସନ୍‌ ଆରମ୍ଭ କରିଛି । ଗାଜାକୁ ଖାଦ୍ୟ, ଇନ୍ଧନ ସମେତ ଅନ୍ୟାନ୍ୟ ମାନବୀୟ ସହାୟତା ବନ୍ଦ କରିଦେଇଥିବା ଇସ୍ରାଏଲ ମଧ୍ୟ ହମାସ୍‌ ବିରୋଧରେ ଅପରେସନ୍‌ ଜୋରଦାର କରିବ ବୋଲି ପ୍ରତିଜ୍ଞା କରିଛି । ହମାସ ୫୯ ପଣବନ୍ଦୀଙ୍କୁ ମୁକ୍ତ ନକରିବା ପର୍ଯ୍ୟନ୍ତ ସ୍ଥଳ ଅପରେସନ୍‌ ଜୋରଦାର କରାଯିବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷେ ହମାସ୍‌ ଦାବି କରିଛି ଯେ ଗାଜାରୁ ସମ୍ପୂର୍ଣ୍ଣ ଭାବେ ଇସ୍ରାଏଲ ସେନା ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ କୌଣସି ଇସ୍ରାଏଲ ପଣବନ୍ଦୀଙ୍କୁ ଛଡାଯିବନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe