୧୯ ବର୍ଷରୁ କମ୍ ବିଶ୍ୱକପ: ବାଂଲାଦେଶକୁ ଭାରତର ୨୩୯ ରନ୍‌ର ଲକ୍ଷ୍ୟ

Advertisment

ବିସ୍ମୟ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ ଅବଶ୍ୟ ୬୭ ବଲ୍‌ରୁ ୭୨ ରନ୍‌ର ଦ୍ରୁତ ପାଳି ଖେଳିଥିଲେ। ବିହାନ ମାଲହୋତ୍ରା ଓ ହରବଂଶ ପଙ୍ଗାଲିଆ ବିଫଳ ହେବା କିନ୍ତୁ ଦଳ ପାଇଁ ସାନି ସମସ୍ୟା ଭାବେ ଉଭା ହୋଇଥିଲା।

ବିସ୍ମୟ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ ଅବଶ୍ୟ ୬୭ ବଲ୍‌ରୁ ୭୨ ରନ୍‌ର ଦ୍ରୁତ ପାଳି ଖେଳିଥିଲେ। ବିହାନ ମାଲହୋତ୍ରା ଓ ହରବଂଶ ପଙ୍ଗାଲିଆ ବିଫଳ ହେବା କିନ୍ତୁ ଦଳ ପାଇଁ ସାନି ସମସ୍ୟା ଭାବେ ଉଭା ହୋଇଥିଲା।

bangladesh

bangladesh Photograph: (Kanak News)

କନକ ବ୍ୟୁରୋ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଶନିବାର ମୁକାବିଲାରେ ଭାରତୀୟ କ୍ରିକେଟ୍‌ ଦଳ ପଡ଼ୋଶୀ ବାଂଲାଦେଶକୁ ୨୩୯ ରନ୍‌ର ବିଜୟ ଲକ୍ଷ୍ୟ ପ୍ରଦାନ କରିଛି । ଏହି ବର୍ଷା ପ୍ରଭାବିତ ମ୍ୟାଚ୍‌ରେ ଲଗାତାର ତୃତୀୟ ବିଜୟ ଲକ୍ଷ୍ୟରେ ଥିବା ଭାରତ ୪୮.୪ ଓଭରରେ ମାତ୍ର ୨୩୮ ରନ୍‌ରେ ଅଲଆଉଟ୍ ହୋଇଯାଇଛି । ଆଜି ଟସ୍‌ ହାରିବା ପେରେ ପରେ ଭାରତୀୟ କ୍ରିକେଟ୍‌ ଦଳ ତୃତୀୟ ଓଭରରେ ଲଗାତାର ଦୁଇଟି ବଲ୍‌ରେ ଦୁଇଟି ଝଟକା ଖାଇଥିଲା । ଫଳରେ ଆଶାଜନକ ରନ୍‌ କରିବାକୁ ନିଜ ପାଳି ତମାମ ସଂଘର୍ଷ କରିଥିଲା । ତୃତୀୟ ଓଭରର ପଞ୍ଚମ ବଲ୍‌ରେ ଅଧିନାୟକ ତଥା ଓପନର୍‌ ଆୟୁଷ ମହାତ୍ରେ ଓ ବେଦାନ୍ତ ତ୍ରିବେଦୀଙ୍କୁ ଆଉଟ୍‌ କରି ବାଂଲାଦେଶ ଯେଉଁ ଚାପ ସୃଷ୍ଟି କରିଥିଲା ସେଥିପାଇଁ ଭାରତୀୟ ବ୍ୟାଟର୍‌ ବି ହାତଖୋଲା ସଟ୍‌ ଖେଳିବାକୁ ଭୟ କରିଥିଲେ।

ଆହୁରି ପଢ଼ନ୍ତୁ... ୧୯ ବର୍ଷରୁ କମ ବିଶ୍ବକପ୍: ହାତ ମିଳାଇଲେନି ଭାରତ-ବାଂଲାଦେଶ ଅଧିନାୟକ

ବିସ୍ମୟ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ ଅବଶ୍ୟ ୬୭ ବଲ୍‌ରୁ ୭୨ ରନ୍‌ର ଦ୍ରୁତ ପାଳି ଖେଳିଥିଲେ। ବିହାନ ମାଲହୋତ୍ରା ଓ ହରବଂଶ ପଙ୍ଗାଲିଆ ବିଫଳ ହେବା କିନ୍ତୁ ଦଳ ପାଇଁ ସାନି ସମସ୍ୟା ଭାବେ ଉଭା ହୋଇଥିଲା। ଶେଷରେ ଅଭିଜ୍ଞାନ କୁଣ୍ଡୁଙ୍କ ୮୦ ରନ୍‌ର ମାରାଥନ ପାଳି ସହ କନିଷ୍କ ଚୌହ୍ବାନଙ୍କ ଉପଯୋଗୀ ୨୮ ରନ୍‌ ବଳରେ ଭାରତ ତା’ର ସ୍କୋର୍‌କୁ କଷ୍ଟେମଷ୍ଟେ ୨୦୦ ରନ୍‌ ପାର କରାଇଥିଲା। ବାଂଲାଦେଶର ଅଲ ଫହଦ ପାଞ୍ଚ ୱିକେଟ୍ ନେଇ ଭାରତ ବିପର୍ଯ୍ୟୟର ପ୍ରମୁଖ କାରଣ ପାଲଟିଥିଲେ। ଇକବାଲ୍‌ ହୁସେନ ଇମନ ଓ ଏଜିଜୁଲ ହାକିମଙ୍କୁ ଦୁଇଟି ଲେଖାଏଁ ୱିକେଟ୍‌ ମିଳିଥିଲା। ଭାରତୀୟ ପାଳିର ୩୯ତମ ପାଳିରେ ବର୍ଷା ହୋଇ ୧୫ ମିନିଟ୍‌ କାଳ ଖେଳ ବନ୍ଦ ରହିବାରୁ ମ୍ୟାଚ୍‌କୁ ୫୦ ପରିବର୍ତ୍ତେ ୪୯ ଓଭରକୁ କମାଇ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe