କନକ ବ୍ୟୁରୋ:  ରାଜ୍ୟରେ ବେକାବୁ ଡାଇରିଆ । ଯାଜପୁର ଜିଲ୍ଲାରେ ଆଜି ସକାଳୁ ୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଛଇନ୍ତି । ଆଜି ଗ୍ରାଉଣ୍ଡଜିରୋକୁ ଯାଇ ସ୍ଥିତି ସମୀକ୍ଷା କରିବେ ସ୍ବାସ୍ଥ୍ୟ ସଚିବ ଅଶ୍ବସ୍ତି ଏସ୍ । ଯାଜପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର ଓ ଢେଙ୍କାନାଳ ଏହି ୬ ଜିଲ୍ଲାରେ ପ୍ରତିଦିନ ଡାଇରିଆରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହେଉଛନ୍ତି । ସବୁଠୁ ଅଧିକ ପ୍ରଭାବିତ ହୋଇଛି ଯାଜପୁର ଜିଲ୍ଲା । ଯାଜପୁରର ଅନେକ ବ୍ଲକରେ ଡାଇରିଆ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି । ଡାକ୍ତରଖାନାରେ ପାଖାପାଖି ୩ ଶହ ରୋଗୀ ଚିକିତ୍ସିତ ହେଉଛନ୍ତି। ୧୧ଟି କଲେରା ମଧ୍ୟ ଚିହ୍ନଟ ହୋଇଛି ।

Advertisment

୨ଶହରୁ ଅଧିକ ସାମ୍ପୁଲ ପରୀକ୍ଷା ପାଇଁ ଯାଇଛି । ଦୂଷିତ ପାଣି ଯୋଗୁଁ ଡାଇରିଆ ରୋଗୀଙ୍କ ସଂଖ୍ୟା ବଢୁଥିବା କୁହାଯାଉଛି । ଭଦ୍ରକ ଧାମନଗରରେ ୧୦ ଆକ୍ରାନ୍ତ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଏଣ୍ଡର ପଞ୍ଚାୟତରେ ଆଉ ଏକ ଗାଁକୁ ବ୍ୟାପିଛି ଡାଇରିଆ । ଗତକାଲି ଶ୍ୟାମସୁନ୍ଦରପୁରରେ ହୋଇଥିବା ବେଳେ ତା ପାଖ ଗାଁ ନୀଳକଣ୍ଠପୁରରେ କିଛି ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ଭୁବନରେ ୩୦ରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଗତକାଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ୧୪ ଜଣିଆ କେନ୍ଦ୍ରୀୟ ଟିମ୍ ଯାଜପୁର ଜିଲ୍ଲା ଯାଇ ସ୍ଥିତିର ଅନୁଧ୍ୟାନ କରିଥିଲେ । ବିଭିନ୍ନ ମେଡିକାଲ ଯାଇ ଡାକ୍ତର ଓ ଆକ୍ରାନ୍ତଙ୍କ ସହ ଆଲୋଚନା କରିଥିଲେ ।