କନକ ବ୍ୟୁରୋ : ଭୂତକୋଠି ପାଲଟିଛି ମାଲକାନଗିରି ବିଏଡ୍ କଲେଜ କୋଠା । ଆସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି କଲେଜ କ୍ୟାମ୍ପସ । ଚକାଚକ କୋଠାରେ ନା ତାଲା ପଡିଛି, ନା ଜଗୁଆଳି ଅଛନ୍ତି। ସବୁଆଡ଼େ ଖୋଲାମେଲା। କବାଟ, ଝରକା ସହ ବିଦ୍ୟୁତ ଉପକରଣ ତାଡ଼ି ନେଲେଣି ଦୁର୍ବୃତ୍ତ। ଆଦିବାସୀ ବହୁଳ ଜିଲ୍ଲାରେ ଶିକ୍ଷାର ମାନ ବୃଦ୍ଧି ଲାଗି ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର ବା ବିଏଡ୍ କଲେଜ ନିର୍ମାଣ ହୋଇଛି। ୧୦ କୋଟି ବ୍ୟୟରେ ୨୦୧୬ରୁ କଲେଜ କୋଠା ନିର୍ମାଣ ହୋଇଛି। ୨୦୧୮ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏଡ୍ କଲେଜର ଉଦଘାଟନ କରିଥିଲେ। କିନ୍ତୁ କେନ୍ଦ୍ରର ଏନ୍‌ସିଟିଇ ବା ନ୍ୟାସନାଲ କାଉନସିଲ ଫର ଟିଚର୍ସ ଏଜୁକେସନର ଅନୁମୋଦନ ନମିଳିବାରୁ ଏଯାଏଁ ବିଏଡ୍ ପାଠ୍ୟକ୍ରମ ଆରମ୍ଭ ହୋଇପାରିନି ।

Advertisment

ଆଇଟିଡିଏ ପକ୍ଷରୁ ପ୍ରାୟ ୧୦କୋଟି ଟଙ୍କାରେ ନିର୍ମିତ କୋଠାଟି ଏବେ କେମିତି କେତେବେଳେ ବ୍ୟବହାର ହେଉଛି। ତେବେ ଏହି ସରକାରୀ ସମ୍ପତ୍ତିର ମାଲିକାନା କାହା ହାତରେ ଅଛି ତାହା କହିବା କଷ୍ଟକର। ଆଇଟିଡିଏ ପକ୍ଷରୁ ନିର୍ମାଣ ପରେ ମଡେଲ ଡିଗ୍ରୀ କଲେଜକୁ ହସ୍ତାନ୍ତର କରାଯାଇଥିଲା। ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟ ବିଭାଗ ଓ ପଞ୍ଚାୟତିରାଜ ବିଭାଗର ମାଲିକାନାକୁ ନେଇ ଦ୍ୱନ୍ଦ୍ବ। ଉଚ୍ଚ ଶିକ୍ଷା ବିଭାଗକୁ କେନ୍ଦ୍ରର ଏନସିଟିଇ ଅନୁମୋଦନ ଦାୟିତ୍ୱ ଦେଇଥିବା ବେଳେ ରାଜନୈତିକ କଳିରେ ପେଶି ହେଉଛି ବିଏଡ୍ କଲେଜର ଭାଗ୍ୟ! ତେବେ ସ୍ୱାଧିନତା ଦିବସରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜଙ୍କ ମାଲକାନଗିରି ଗସ୍ତ ପରେ ବିଏଡ୍ କଲେ ଖୋଲିବା ଆଶା ସଂଚାର ହୋଇଛି