କନକ ବ୍ୟୁରୋ : ଆରାବଳୀ ପର୍ବତମାଳା ସଂକଟ ରହିବାକୁ ନେଇ ସାରା ଦେଶରେ ଉଦବେଗ ପ୍ରକାଶ ପାଇଥିବା ବେଳେ, ଏବେବି ଅସ୍ପଷ୍ଟ ରହିଛି ଓଡ଼ିଶାର ଆରୁହା ପାହାଡ଼ର ଭାଗ୍ୟ ଭବିଷ୍ୟତ । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହାସ୍ଥିତ ଜାବରା ପାହାଡ଼, ପଥର ମାଫିଆଙ୍କ କବଳରୁ କେମିତି ମୁକ୍ତି ପାଇବ, ତାହା ଏନ୍ଜିଟିର ପରବର୍ତ୍ତୀ ଶୁଣାଣି ଉପରେ ନିର୍ଭର କରୁଛି । ସେପଟେ ଏବେ ବି ବିଳମ୍ୱିତ ରାତିରେ ପଥର ବ୍ଲାଷ୍ଟିଂ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି ।
ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହାସ୍ଥିତ ଜାବରା ପାହାଡ଼ । ପାହାଡ଼ର ବିଦୀର୍ଣ୍ଣ ରୂପ ବଖାଣୁଛି ଏହାର ୪୦ ବର୍ଷର ଯନ୍ତ୍ରଣା । ଏକଦା ବଡ଼ଧରଣର ବ୍ଲାଷ୍ଟିଂରେ ଖଣ୍ଡବିଖଣ୍ଡିତ ହେଉଥିଲା ପାହାଡ଼ର ଛାତି । ଭୂମିକମ୍ପ ଭଳି ଥରୁଥିଲା ୬ ରୁ ୭ଟି ପଞ୍ଚାୟତର ଘରଦ୍ୱାର । ତେବେ ୮ ମାସ ତଳେ କନକ ନ୍ୟୁଜରେ ଲଗାତାର ଖବର ପ୍ରସାରଣ ପରେ, ଶାନ୍ତ ପଡ଼ିଛି ପାହାଡ଼ । ବନ୍ଦ ରହିଛି ବଡ଼ ଧରଣର ବ୍ଲାଷ୍ଟିଂ । କଳାପଥର ସଇରାତ ଉପରେ ଲାଗିଛି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ- ଏନ୍ଜିଟି ଛାଟ । ଜଣେ ଆରୁହା ବାସିନ୍ଦା ଏନ୍ଜିଟି ଦ୍ୱାରସ୍ଥ ହେବା ପରେ, ଗତ ଡିସେମ୍ୱରରେ ପ୍ରଥମ ଶୁଣାଣି ଶେଷ ହୋଇଛି । ଆସନ୍ତା ଜାନୁଆରି ୪ରେ ଚୂଡ଼ାନ୍ତ ରାୟ ଆସିଲେ ସ୍ପଷ୍ଟ ହେବ ଜାବରା ପାହାଡ଼ର ଭାଗ୍ୟ ଭବିଷ୍ୟତ ।
ଅଧିକ ପଢ଼ନ୍ତୁ : ଯଦି ଆରାବଳୀ ମରିଯାଏ; ଦିଲ୍ଲୀ ହୋଇଯିବ ମରୁଭୂମି !
ପୂର୍ବରୁ ଜାବରା ପାହାଡ଼ରେ ୨ଟି ସଇରାତ ଲିଜ୍ରେ ଚାଲୁଥିବା ବେଳେ, ଅନିୟମିତତା ଅଭିଯୋଗରେ ଗୋଟିକୁ ବନ୍ଦ କରିଛି ଖଣି ବିଭାଗ । ତେବେ ଆଉ ଗୋଟିଏ ସଇରାତକୁ ୨୦୨୬ ମାର୍ଚ୍ଚ ଯାଏଁ କ୍ୱାରୀ ଚଲାଇବାକୁ ଅନୁମତି ଦେଇଛନ୍ତି କଳିଙ୍ଗନଗର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ସେପଟେ ବଡ଼ ଧରଣର ବ୍ଲାଷ୍ଟିଂ ବନ୍ଦ ଥିଲେ ବି, ବିଳମ୍ୱିତ ରାତିରେ ପଥର ଡ୍ରିଲିଙ୍ଗ୍ ହେବା ସହ ବ୍ଲାଷ୍ଟିଂ ହୋଇ ପଥର ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/23/aruha-hills-2025-12-23-21-08-26.jpg)