କନକବ୍ୟୁରୋ : ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରୁ ବଢୁଛି ଭିଡ଼ । ୨୦୨୫କୁ ସ୍ୱାଗତ କରିବା ପୂର୍ବରୁ ଶ୍ରୀଜିଉଙ୍କ ଆଶୀର୍ବାଦ ନେବାକୁ ଶ୍ରଦ୍ଧାଳୁଙ୍କ ସୁଅ ପୁରୀକୁ ଛୁଟୁଛି ।   ପ୍ରଶାସନର ଦୀର୍ଘ ପ୍ରସ୍ତୁତି ସତ୍ବେ ଅସମ୍ଭାଳ ଭିଡ ହେଉଛି । ଏବେ ପୁରୀ ରାସ୍ତାରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି  ।   ଆଜି ଓ ଆସନ୍ତାକାଲି ଆହୁରି ଭିଡ ବଢ଼ିବ ।   

Advertisment

ତେଣୁ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳାର ସହ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କେତେକ ପଦକ୍ଷେପ ନିଆଯାଇଛି।  ଆଜି ଓ ଆସନ୍ତାକାଲି କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଭକ୍ତ । ଅନ୍ୟ ତିନି ଦ୍ୱାର ଦେଇ ପ୍ରବେଶ ଉପରେ କଟକଣା ରହିଛି । ତେବେ ଠାକୁରଙ୍କ ଦର୍ଶନ ପରେ ଶ୍ରଦ୍ଧାଳୁମାନେ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ ।

ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଯାଏଁ ବ୍ୟାରିକେଡ କରାଯାଇଛି  । ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀରେ ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଜନଗହଳିପୂର୍ଣ୍ଣ ସ୍ଥାନରେ ଆଣ୍ଟି ସ୍ନାଚିଂ ଟିମ୍ ମୁତୟନ ରହିବେ । ସେହିପରି ବେଳାଭୂମୀରେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ଟ୍ରାଫିକ ସୁପରିଚାଳନା ନେଇ ବ୍ୟାପକ ପ୍ରସ୍ତୁତି କରିଛି ପୁରୀ ପୁଲିସ  ।

ଏହାଛଡ଼ା ଆଜି ଓ ଆସନ୍ତାକାଲି ପ୍ରବଳ ଭିଡ଼ ଆଶାଙ୍କାରେ ଟ୍ରାଫିକ କଟକଣା ଜାରି କରାଯାଇଛି । ମାର୍କେଟ ଛକଠାରୁ ଶ୍ରୀମନ୍ଦିର ଓ ବେଳାଭୂମୀ ପର୍ଯ୍ୟନ୍ତ କୌଣସି ଚାରି ଚକିଆ ଯାନ ଯାତାୟତ କରିବ ନାହିଁ । ମାର୍କେଟ ଛକଠାରୁ ନୋ ଭେହିକିଲ ଜୋନ ରଖାଯାଇଛି । 
----