କନକବ୍ୟୁରୋ : କୋରେଇ ବ୍ଲକ ବଡ ତ୍ରିଲୋଚନପୁର ଗାଁର ଅନିଲ ମାଝୀଙ୍କ ଦୁଇ ପୁଅ । ବଡ଼ ପୁଅର ଦୃଷ୍ଟି ଶକ୍ତି ସମସ୍ୟା ଥିବାବେଳେ ସାନ ପୁଅ ଗଣେଷ ଦୃଷ୍ଟିହୀନ ସହିତ କ୍ୟାନ୍ସର ରୋଗରେ ପୀଡିତ। ଅନିଲ ମୂଲ ମଜୁରୀ କରି ପରିବାର ଚଳାନ୍ତି । ଅଧିକ ଚିକତ୍ସା ପାଇଁ ଅର୍ଥ କେଉଁଠୁ ଆଣିବେ? ଦିନେ କାମ ମିଳିଲେ ଦୁଇଦିନ କାମ ମିଳେନି । ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି ପରିବାର ।

Advertisment

ପୁଅର ରୋଗ ଯନ୍ତ୍ରଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଥିପାଇଁ କିଛି ସାହାଯ୍ୟ ସହଯୋଗ ପାଇ ଅନୁରୋଧ କରିଛନ୍ତି ପରିବାର । ଗଣେଷ ଦୃଷ୍ଟିହୀନ ଥିବାରୁ ସ୍କୁଲ ଯାଇପାରୁନି । ହେଲେ ତା ପାଖରେ ରହିଛି ଅନେକ କଳା । ଗୀତ ପ୍ରତି ତାର ଦୁର୍ବଳତା  ।  ତବଲା ବଜାଇ ଗୀତ ଗାଉଛି ଗଣେଶ। କଷ୍ଟ ହେଉଥିଲେ ବି ଗୀତ ଗାଇ ଠାକୁରଙ୍କୁ ଡାକୁଛି । ଭଗବାନ ମୋତେ ଭଲ କରିଦିଅ ।  ସ୍ଥାନୀୟ ଲୋକ ମାନେ ମଧ୍ୟ ସହାୟତା କରିବାକୁ ନିବେଦନ କରିଛନ୍ତି  ।

ସେପଟେ ଗଣେଷଙ୍କ ଉନ୍ନତ ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି । ଅଭାବ ଅନଟନ ଭିତରେ ରହୁଥିବା ଗଣେଶଙ୍କୁ ଖୁବଶୀଘ୍ର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ମିଳିଛି ପ୍ରତିଶ୍ରୁତି । 

କୌଣସି ସହୃଦୟ ବ୍ୟକ୍ତି ଗଣେଶଙ୍କୁ ସହଯୋଗ କରିବାକୁ ଚାହୁଁଥିଲେ ଏହି ନମ୍ବରରେ ଯୋଗାଯୋଗ କରିପାରିବେ । 
ANIL MAJHI
PH NO:9437097944
KUAKHIA BRANCH
AC NO: 40845501693
IFSC: SBINOO10919

ଗୋଟିଏ ପଟେ ଦାରିଦ୍ର‌୍ୟର କଷାଘାତ ଓ ଅନ୍ୟପଟରେ ପୁଅର ଯନ୍ତ୍ରଣା  ।  ଏହା ଭିତରେ ସନ୍ତୁଳି ହୋଇଯାଉଛି ଜୀବନ  । ପ୍ରଶାସନ ପକ୍ଷରୁ ସାହାଯ୍ୟ ଟିକେ ମିଳିପାରିଲେ ନିଷ୍ପାପ ଛୁଆ ମୁହଁରେ ହସ ଖେଲି ପାରିବ ।