ବଢୁଛି ଗରମ ଗୁଳୁଗୁଳି: ଖୋଲିପାରୁନି ଜଳଛତ୍ର, ଜନଗହଳିପୂର୍ଣ୍ଣ ସ୍ଥାନରେ ଜଳଛତ୍ର ଖୋଲିବାକୁ ଦାବି

Advertisment

ଦିନକୁ ଦିନ ଖରାର ପ୍ରକୋପ ବଢୁଛି । ପାଣି ମୁନ୍ଦାଏ ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି । ରାସ୍ତାରେ ଯାଉଥିବା ଯାତ୍ରୀଟିଏ ମଧ୍ୟ ଲୋଡୁଛି ପାଣି ମୁନ୍ଦାଏ । ଏହିଭଳି ସ୍ଥିତିରେ ରାସ୍ତା ଗଡରେ ଜଳଛତ୍ର ପାଇଁ ହୋଇଛି ଦାବି ।

ଦିନକୁ ଦିନ ଖରାର ପ୍ରକୋପ ବଢୁଛି । ପାଣି ମୁନ୍ଦାଏ ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି । ରାସ୍ତାରେ ଯାଉଥିବା ଯାତ୍ରୀଟିଏ ମଧ୍ୟ ଲୋଡୁଛି ପାଣି ମୁନ୍ଦାଏ । ଏହିଭଳି ସ୍ଥିତିରେ ରାସ୍ତା ଗଡରେ ଜଳଛତ୍ର ପାଇଁ ହୋଇଛି ଦାବି ।

14water

Photograph: (kanak news)

କନକ ବ୍ୟୁରୋ: ଦିନକୁ ଦିନ ଖରାର ପ୍ରକୋପ ବଢୁଛି । ପାଣି ମୁନ୍ଦାଏ ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି । ରାସ୍ତାରେ ଯାଉଥିବା ଯାତ୍ରୀଟିଏ ମଧ୍ୟ ଲୋଡୁଛି ପାଣି ମୁନ୍ଦାଏ । ଏହିଭଳି ସ୍ଥିତିରେ ରାସ୍ତା କଡରେ ଜଳଛତ୍ର ପାଇଁ ହୋଇଛି ଦାବି । ଆସିକା ଅଞ୍ଚଳର ଜନ ଗହଳିପୂର୍ଣ୍ଣ ସ୍ଥାନ ଗୁଡିକରେ ଜଳ ଛତ୍ରଟିଏ ଖୋଲା ଯାଇପାରିନାହିଁ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିଚାଲିଥିବା ବେଳେ ଖୁବଶୀଘ୍ର ଜଳଛତ୍ର ଖୋଲିବା ପାଇଁ ଦାବି ହୋଇଛି । 

ପ୍ରତିଦିନ ଏହି ଅଂଚଳରେ ହଜାର ହଜାର ଲୋକ ଯିବା ଆସିବା କରୁଛନ୍ତି । ଆସିକା ବସଷ୍ଟାଣ୍ଡକୁ ରାତିପାହିଲେ ବହୁ ଲୋକ ଆସୁଛନ୍ତି । ଏବେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଲୋକଙ୍କୁ ପାଣି ମୁନ୍ଦାଏ ଦେବାକୁ କୌଣସି ସୁବିଧା କରାଯାଇନି। ଯାତ୍ରୀଙ୍କ ପାଇଁ ପାଣି ଟିକିଏ ପିଇବା ପାଇଁ ଜଳଛତ୍ର ଟିଏ ଖୋଲା ଯାଇ ନାହିଁ । ସେଥିପାଇଁ ଲୋକେ ବାଧ୍ୟ ହୋଇ ଶୋଷ ମେଣ୍ଟାଇବା ପାଇଁ ଦୋକାନରୁ ପାଣି ବୋତଲ କିଣି ଶୋଷ ମେଣ୍ଟାଉଛନ୍ତି । କିନ୍ତୁ ଖରାକୁ ଦୃଷ୍ଟି ରଖି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଜଳ ଛତ୍ରଟିଏ ଖୋଲା ଯାଇ ନଥିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧା ହେଉଛନ୍ତି । ପାଣି ଯୋଗୁ ସମସ୍ୟା ବଢି ବଢି ଚାଲିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଜଳଛତ୍ର ଖୋଲାଯାଇପାରିଲେ ବହୁ ବାଟୋଇ ଉପକୃତ ହୋଇପାରିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe