Poor Family Photograph: (kanak news)
କନକ ବ୍ୟୁରୋ: ସିଲଟରେ ଅ,ଆର ସଂଘର୍ଷ.. ବହିରେ ଆଗକୁ ବଢ଼ିବାର ବାଟ ଆଉ ଆଖିରେ ଅସରନ୍ତି ଆଶା । ହେଲେ ଅନାଥ ବୋଲି ମିଳୁନି ସରକାରୀ ସୁବିଧା , ନା ଆଧାର ହୋଇପାରୁଛି । ନା ହିତାଧିକାରୀ ତାଲିକାରେ ସାମିଲ ହୋଇପାରୁଛନ୍ତି । ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ତିନି ଶିଶୁଙ୍କୁ ଦଇବ ଦେଇଛି ଦାରୁଣ ଦୁଃଖ । ଚିଲିକା ଭିତର ଟାପୁ ଅଞ୍ଚଳରୁ ଆସିଛି ଦୟନୀୟ କାହାଣୀ ।
ଦୁନିଆକୁ ଭଲ ଭାବରେ ବୁଝିନଥିବା ତିନି କଅଁଳ କଢ଼ି ଏବେ ପୂରା ଅସହାୟ । ତିନି ଛୁଆଙ୍କୁ ଦୁନିଆରେ ଏକା ଛାଡ଼ି ଆରପାରିକୁ ଚାଲିଗଲେ ବାପା ମା’ । ଫଳରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଦେଉଳପଡ଼ା ଗାଁର ଏହି ୩ ଛୁଆ ଏବେ ଅନାଥ । କିନ୍ତୁ ସେମାନଙ୍କୁ ପାଳି ପୋଷି ବଡ଼ ମଣିଷ କରିବା ଦାୟିତ୍ବ ନେଉଛନ୍ତି ପିଉସି ହେଲେ ଆଧାର ନଥିବାରୁ ସବୁ ମୌଳିକ ସୁବିଧାରୁ ବାଦ୍ ପଡ଼ିଛନ୍ତି ଏହି ତିନିଛୁଆ ।
ଅଧିକ ପଢ଼ନ୍ତୁ--ଇଏ କି ଅଜବ ନିୟମ; ଭତ୍ତା ପାଇଁ ଅନ୍ୟର ମୃତ୍ୟୁକୁ ଅପେକ୍ଷା
ଝାଟିମାଟିର ଚାଳଛପର ଘରେ ଏବେ ତିନିଛୁଆଙ୍କୁ ଚଳାଇବା ପିଉସିଙ୍କ ପାଇଁ କାଠିକର ପାଠ ହୋଇଛି । ନିଜେ ପିଉସି ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ସମସ୍ତଙ୍କ ଖର୍ଚ୍ଚ ସମ୍ଭାଳିବା ପାଇଁ ସେ ମଧ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି । କାହାପାଇଁ ମାଳମାଳ ଯୋଜନା, କାହା ପାଇଁ ଅଛନ୍ତି ପ୍ରଶାସନ? କଅଁଳ କଢ଼ିଙ୍କ ଏ ଆକୁଳ ନିବେଦନ ସରକାରଙ୍କ କାନକୁ କାହିଁକି ଶୁଭୁନି ?
Follow Us