କନକ ବ୍ୟୁରୋ: ଅସହ୍ୟ ହେଲା ସ୍ତ୍ରୀ ଓ ଶାଶୁଙ୍କ ନିର୍ଯାତନା । ରେଳଧାରଣାରେ ଆତ୍ମହତ୍ୟା କଲେ ଯୁବକ । ଖୋର୍ଦ୍ଧା ଜିଲ୍ଲା କୁମାରବସ୍ତ ଗାଁର ରାମଚନ୍ଦ୍ର ବଡ଼ଜେନା ତାଙ୍କ ସ୍ତ୍ରୀ ଓ ଶାଶୁଙ୍କ ମାନସିକ ନିର୍ଯାତନା ସହିନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ୍ୟୁ ପୂର୍ବରୁ ରାମଚନ୍ଦ୍ର ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ପତ୍ନୀ ଓ ଶାଶୁଙ୍କ ନିର୍ଯାତନାର କାହାଣୀକୁ କୋହଭରା କଣ୍ଠରେ ବଖାଣିଛନ୍ତି ।
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭିଡିଓ । ଗତ ରାତିରେ ଖୋର୍ଦ୍ଧା ଜଙ୍କିଆ ଥାନା ଧଉଳିମୁହିଁ ନିକଟ ଟ୍ରେନ ଲାଇନରେ ମିଳିଥିଲା ଯୁବକଙ୍କ ମୃତଦେହ । ରାମଚନ୍ଦ୍ର ବଡ଼ଜେନା ଜଙ୍କିଆ ଥାନା ଅଞ୍ଚଳରେ ପ୍ରେମ ବିବାହ କରିଥିଲେ । ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଅଛି । ତେବେ ବିଭିନ୍ନ ସମୟରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହୁଥିଲା । ନିର୍ଯାତନା ଅସହ୍ୟ ହେବା ପରେ ଭିଡିଓ କରି ତାପରେ ରେଳ ଲାଇନରେ ଆତ୍ମହତ୍ୟା କରିଛନ୍ତି ରାମଚନ୍ଦ୍ର । ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାରେ ମୃତକଙ୍କ ପରିବାର ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ବାପା ମାଆ । ତେବେ ଘଟଣା ନେଇ ମୃତ ରାମଚନ୍ଦ୍ର ବଡଜେନାଙ୍କ ସ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।