କନକବ୍ୟୁରୋ : ସାପ କାମୁଡ଼ାରେ ସ୍ବାମୀ ଚାଲିଗଲା ପରେ ବିଷ ପିଇଦେଲେ ସ୍ତ୍ରୀ। ସ୍ବାମୀର ମୁତ୍ୟୁ ଖବର ସହିପାରିଲେନି । ବିଷ ପଇ ସ୍ତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି।
ଜଗତସିଂହପୁର ସଦର ମେଡିକାଲରେ ସ୍ଵାମୀର ମୃତଦେହ ପଡିଥିବା ବେଳେ ସ୍ତ୍ରୀ ଏବେ ଗୁରୁତର ଅବସ୍ଥାରେ କଟକ ମେଡିକାଲରେ ଭର୍ତି ହୋଇଛି । କଟକ ଜିଲ୍ଲା ନିଆଳୀ ବ୍ଲକ ଏକବାରୁଆ ଗାଁର ସୁରେନ୍ଦ୍ର ସ୍ବାଇଁ ବିଲକୁ ବାଇଗଣ ତୋଳିବାକୁ ଯାଇଥିବାବେଳେ ତାଙ୍କୁ ସାପ କାମୁଡିଥିଲା । ତୁରନ୍ତ ସୁରେନ୍ଦ୍ରଙ୍କୁ ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
ତେବେ ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏହି ଖବର ଶୁଣିବା ମାତ୍ରେ ଘରେ ଥିବା ସୁରେନ୍ଦ୍ରଙ୍କର ସ୍ତ୍ରୀ ଲତିକା ସ୍ବାଇଁ ଦୁଃଖରେ ଭାଙ୍ଗି ପଡିଥିଲେ । ଶେଷରେ ନିଜେ ବିଷ ପାନ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି। ସେ ଏବେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି।