କନକ ବ୍ୟୁରୋ : ସୋରରୁ ଆସିଲା ଏକ ଅଭାବନୀୟ ଖବର । ଋଣ ଭାର ସହିନପାରି ଆତ୍ମହତ୍ୟା କରିଛନ୍ତି ଜଣେ ଡିଜେ ମାଲିକ । ବେକରେ ରଶି ଲଗାଇ ଜୀବନ ହାରିଛନ୍ତି । ଦହିସଡା ପଞ୍ଚାୟତ ଚାରିଘରିଆ ସାହି ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ଋଣ ବୋଝକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଋଣ ଭାରରେ ସ୍ୱାମୀ ଚାପରେ ଥିବା ବେଳେ ସ୍ତ୍ରୀଙ୍କ ସହ ଝଗଡାକୁ ସହି ପାରିନଥିଲେ । ପରେ ସେ ଆତ୍ମହତ୍ୟା କରିଥିବା ସୂଚନାରୁ ଜଣାପଡିଛି
ତେବେ ବିଭିନ୍ନ ପୂଜା ପାର୍ବଣରେ ଡିଜେକୁ ବନ୍ଦ କରିଦିଆଯାଉଛି । ଯାହା ଦ୍ୱାରା ଋଣ କରି ଡିଜେ କିଣିଥିବା ଡିଜେ ମାଲିକମାନେ ହତାସ ହେଉଛନ୍ତି । ବ୍ୟବସାୟ ହୋଇପାରୁନି, ଯାହା ଫଳରେ ଋଣ ମଧ୍ୟ ସୁଝି ହେଉନଥିବା ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/KzyZYLaTuDqzU7dikjMF.jpg)