କନକ ବ୍ୟୁରୋ : କଟକ ଶିଶୁଭବନରେ ଅସ୍ୱାସ୍ଥ୍ୟକର ପରିବେଶ । ଦିନଦିନ ଧରି ଡ୍ରେନରେ ପାଣି ନିଷ୍କାସନ ହୋଇ ନପାରି ଜମା ହୋଇରହୁଥିବାରୁ ମଶାମାଛି ବଢୁଛନ୍ତି । ପାଣି ଟ୍ୟାପଗୁଡ଼ିକରେ ଶିଉଳି ଲାଗିଛି । ଏଥିପ୍ରତି କେହି ଧ୍ୟାନ ଦେଉନାହାନ୍ତି ।
କଟକ ଶିଶୁଭବନ ପରିସରରେ ଥିବା ଡ୍ରେନରେ ମଇଳା ପାଣି ଜମା ହୋଇରହିଛି । ପାଣି ନିଷ୍କାସନ ହେଉ ନଥିବା କାରଣରୁ ମଶାମାଛି ଅଧିକ ହେଉଛନ୍ତି । ଦିନରେ ହେଉ କି ରାତି ରୋଗୀଙ୍କୁ ମଶାରି ଭିତରେ ରହିବାକୁ ପଡୁଛି । ପାଣି ଟ୍ୟାପ୍ କଥା ନକହିବା ଭଲ । ଏତେ ଅପରିଷ୍କାର ହୋଇଛି ଯେ, ପାଣି ଆଣିବାକୁ ଯାଉଥିବା ଲୋକ ନାକ ଟେକି ଫେରୁଛନ୍ତି ।
ରାଜ୍ୟର ସବୁଠାରୁ ବଡ଼ ଶିଶୁ ଚିକିତ୍ସାଳୟରେ ଏଭଳି ଅପରିଷ୍କାର ପରିବେଶ କାହିଁକି ? ପ୍ରତିଦିନ ସଫେଇ ହେଉଛି ତ ? ରାଜ୍ୟର କୋଣ ଅନୁକୋଣରେ ଶିଶୁରୋଗୀ ଏଠାକୁ ଆସୁଛନ୍ତି । କିନ୍ତୁ ଏଭଳି ପରିବେଶରେ ରୋଗ ଭଲ ହେବ ନା ଅଧିକ ହେବ ? ତେବେ ଏନେଇ ଶିଶୁଭବନର ଅଧୀକ୍ଷକ କହିଛନ୍ତି, ଶୀଘ୍ର ଡ୍ରେନ୍ ମରାମତି କରି ସମସ୍ୟାର ସମାଧାନ କରାଯିବ ।
ଶିଶୁଭବନରେ ସ୍ୱଚ୍ଛତାକୁ କାହିଁକି ଧ୍ୟାନ ଦିଆଯାଉନାହିଁ ? କେବେ ସମସ୍ୟାର ସମାଧାନ ହେଉଛି, ତାହା ଦେଖିବାକୁ ବାକି ରହିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/01/23/XjVQhwf3ajPexV2W1deL.jpg)