କନକ ବ୍ୟୁରୋ : ଘରେ କେହି ନଥିବା ବେଳେ ମହିଳାଙ୍କୁ ହାତ ଗୋଡ଼ ବାନ୍ଧି ଲୁଟ ଘଟଣାର ପର୍ଦ୍ଦାଫାସ ହୋଇଛି । ନିଜେ ନବରଙ୍ଗପୁର ଏସପି ମିହିର କୁମାର ପଣ୍ଡା ପ୍ରେସମିଟ୍ କରି ଘଟଣାର ରହସ୍ୟ ଉନ୍ମୋଚନ କରିଛନ୍ତି । ପଡୋଶୀ ସାଜିଥିଲା ଚୋର । ସାଙ୍ଗ ସହିତ ମିଶି ଛୁରୀ ମୁନରେ ଭୟଭୀତ କରି ପଡୋଶୀଙ୍କ ଘରେ ଚୋରି କରିଥିଲା ।
ଗତ ୧୩ ତାରିଖ ସନ୍ଧ୍ୟାରେ ନବରଙ୍ଗପୁର ସହର ଦାରୁବନ୍ଧ ସାହିସ୍ଥିତ ସରୋଜ ବେହେରାଙ୍କ ଘରେ କେହି ନଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ହାତ ଗୋଡ଼ ବାନ୍ଧି ଲୁଟ କରିଥିଲେ । ଏସପିଙ୍କ ସୂଚନା ଅନୁସାରେ, ଘଟଣାରେ ୧୪ ଲକ୍ଷ ଟଙ୍କା ସହ ୩୦ ଗ୍ରାମ ସୁନା ଚୋରି ହୋଇଥିଲା । ଦୁଇଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଡକାୟତ ମାନଙ୍କଠାରୁ ୧୧ ଲକ୍ଷ ୨୩ ହଜାର ଟଙ୍କା ଜବତ ହୋଇଛି । ଗିରଫ ଦୁଇ ଚୋର ହେଉଛନ୍ତି ଢେଙ୍କାନାଳ କାମାକ୍ଷାନଗର ଥାନା ବୈଶିଙ୍ଗା ଗାଁର ଚିନ୍ମୟ କୁମାର ସାହୁ ଓ ଶ୍ରୀମାନ କୁମାର ଘଡ଼େଇ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/01/25/8Rfa1agTmFDlML7awfHv.jpg)