କନକବ୍ୟୁରୋ : ଉମରକୋଟ ପେଣ୍ଡରାଣୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯିବା ଘଟଣା  ।  ହଷ୍ଟେଲରେ ପହଞ୍ଚି ସ୍ଥିତି ସମୀକ୍ଷା କଲେ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ  ।  ଘଟଣାରେ ଛାତ୍ରୀ ନିବାସର ମୁଖ୍ୟ ରୋଷେଇୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି  , 

Advertisment

 ଗତ ୨୯ ତାରିଖରେ ଛାତ୍ରୀମାନେ ହଷ୍ଟେଲ ଛାଡ଼ିବା ସହ ୧୦ କିଲୋମିଟର ଚାଲିଚାଲି ଯାଇଥିଲେ  ।  ପରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ପହଞ୍ଚି ଛାତ୍ରୀମାନଙ୍କୁ ବୁଝାସୁଝା କରିବା ସହ ସ୍କୁଲକୁ ଫେରାଇ ନେଇଥିଲେ । ଆଜି ମନ୍ତ୍ରୀ ପହଞ୍ଚି ଛାତ୍ରୀଙ୍କ ସମସ୍ୟା ବୁଝିବା ସହ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି  ।