ଋଷ୍ ଉପରେ ୟୁକ୍ରେନର ବଡ଼ ଡ୍ରୋନ୍ ଆକ୍ରମଣ । ୟୁକ୍ରେନର ୧୧୭ ଟି ଡ୍ରୋନ୍ ଜରିଆରେ ୪୦ଟି ଲଢୁଆ ଯୁଦ୍ଧ ବିମାନ ସହ ୫ଟି ଏୟାରବେସ୍ ଋଷ୍ର ଧ୍ବଂସ ହୋଇଛି । ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସ୍କି ଏନେଇ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ୟୁକ୍ରେନର ସୁରକ୍ଷା ସେବା ଏସ୍ବିୟୁ ୧୮ ମାସ ଧରି ଋଷ୍ର ଏକ ଗୁପ୍ତ ଅପରେସନ୍ ‘ସ୍ପାଇଡର୍ସ ୱେବ୍’ ପରିଚାଳନା କରି ୪୧ଟି ଋଷ୍ ବିମାନକୁ ନଷ୍ଟ କରିଛି । ଏହି ଅପରେସନରେ ୟୁକ୍ରେନ ଏଫ୍ପିଭି ଡ୍ରୋନଗୁଡ଼ିକୁ କାଠ ତିଆରି କ୍ୟାବିନ୍ ଛାତ ତଳେ ଲୁଚାଇ ଋଷ୍ ଭିତରେ ଚୋରାଚାଲାଣ କରିଥିଲା ।
ଅପରେସନ ସ୍ପାଇଡର୍ସ ୱେବ୍ ଅନ୍ତର୍ଗତ ୟୁକ୍ରେନ, ଋଷ୍ରେ ଧ୍ବଂସର ଯେଉଁ ତାଣ୍ଡବ ରଚିଛି ତାହା କେବେବି କଳ୍ପନା କରିନଥିଲେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ନା କେବଳ ଋଷ୍ର ଏୟାରସ୍ପେସ୍ ନଷ୍ଟ କରିଛି ବରଂ ମହଙ୍ଗା ଯୁଦ୍ଧ ବିମାନ ଗୁଡ଼ିକ ମଧ୍ୟ ବିପୁଳ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି । ଯାହାର ପରିମାଣ ୭ ବିଲିୟନ୍ ଡଲାର୍ ବା ପାଖାପାଖି ୬୦ ହଜାର କୋଟି ଟଙ୍କା ବୋଲି କୁହାଯାଉଛି ।
ଋଷର କ୍ଷତି :
କୁହାଯାଉଛି, ୟୁକ୍ରେନର ସରକାରୀ ଏଜେନ୍ସି ସୁରକ୍ଷା ସେବା, ଏସବିୟୁ ଡ୍ରୋନ୍ ଲଦାଯାଇଥିବା ଟ୍ରକକୁ ଋଷ୍ ପଠାଇଥିଲା ।
ପ୍ରମୁଖ ପ୍ରତିରକ୍ଷା ସ୍ଥାନରେ ପାର୍କିଂ କରାଗଲା ।
କାଠ ଡବାରେ ଡ୍ରୋନ୍ ପଠାଯାଇଥିଲା ଓ ଦୂରରୁ ରିମୋଟ୍ କଣ୍ଟ୍ରୋଲରେ ପରିଚାଳିତ କରାଯାଉଥିଲା ।
ଆକ୍ରମଣ ରାତିରେ ସିଗନାଲ୍ ମିଳିବା ପରେ ଡ୍ରୋନ୍ ଆକ୍ରମଣ କରିଥିଲା ।
ଋଷ୍ର ୫ ବିମାନବନ୍ଦର ଓ ୪୧ ବିମାନ କ୍ଷତିଗ୍ରସ୍ତ ।
ଏଗୁଡିକ ମଧ୍ୟରେ TU-95, TU-22M3 ଏବଂ A-50 ଭଳି ବିମାନ ସାମିଲ ହୋଇଛି ।
ପ୍ରାୟ ୭ ବିଲିୟନ୍ ଡଲାରର ଋଷ୍ ଅସ୍ତ୍ରଶସ୍ତ୍ର ନଷ୍ଟ ହୋଇଛି ।
ଭାରତର ମୂଲ୍ୟ ଅନୁସାରେ ପ୍ରାୟ ୬୦ ହଜାର କୋଟି ଟଙ୍କା ବରବାଦ୍ ।
ୟୁକ୍ରେନର କ୍ଷତି :
ଋଷ୍ ଉପରେ ଫଷ୍ଟ ପର୍ସନ ଭ୍ୟୁ ବା FPV ଦ୍ବାରା ଆକ୍ରମଣ କରିଛି ୟୁକ୍ରେନ୍ ।
ଏହା ଏକ ପ୍ରକାର ଛୋଟ ଉଡ଼ନ୍ତା ମେସିନ୍, ଯାହା ସମ୍ମୁଖରେ କ୍ୟାମେରା ଲାଗିଛି ।
ଏହା ଲାଇଭ୍ ଲୋକେସନ୍ ପଠାଇଥାଏ, ଫଳରେ ସଠିକ ଉଡ଼ାଣ ଭରିବା ସହଜ ହୋଇଥାଏ ।
FPVର ମୂଲ୍ୟ ୧୨୦୦ ଡଲାର୍ ବା ୧ ଲକ୍ଷ ୨ ହଜାର ୪୮୨ ଟଙ୍କା ।
ଏହି ହିସାବରେ ୧୧୬ FPVର ଦାମ ୧ କୋଟି ୧୮ ଲକ୍ଷ ୮୭ ହଜାର ।
ୟୁକ୍ରେନର ୫ଟି ଏୟାରଫିଲ୍ଡ ଉପରେ ମସ୍କୋର ଆକ୍ରମଣ ।
ମୁରମଂସକ, ଇକୁତ୍ସକ, ଇଭାନୋଭୋ, ରିୟାଜନ୍ ଓ ଅମୂରରେ ଆକ୍ରମଣ ।