କନକ ବ୍ୟୁରୋ : ଋଷିଆରେ ବଡ ଆକ୍ରମଣ । ୟୁକ୍ରେନ ପୁଣି ଥରେ ଡ୍ରୋନ ଦ୍ୱାରା ଆକ୍ରମଣ କରିଛି । ୟୁକ୍ରେନ୍ ଡ୍ରୋନ୍ ଜରିଆରେ ସାରାତୋଭରେ ସବୁଠାରୁ ଉଚ୍ଚ ଅଟ୍ଟାଳିକାରେ ମାଡ଼ କରିଛି । ଏହି ଆକ୍ରମଣ ଆମେରିକାରେ ହୋଇଥିବା ୯/୧୧ ଆକ୍ରମଣ ଭଳି ରହିଛି । ୟୁକ୍ରେନ ସେନା ରୁଷିଆର ସାରତୋଭରେ ଥିବା ସବୁଠାରୁ ଉଚ୍ଚ କୋଠାକୁ ଟାର୍ଗେଟ କରି ୨୦ଟି ଡ୍ରୋନ୍ ନିକ୍ଷେପ କରିଥିଲା । କୁହାଯାଉଛି ଯେ ଏହି ବଡ଼ ଧରଣର ଆକ୍ରମଣରେ ଅଧା କୋଠା କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି ।

ଜବାବରେ ଋଷ ମଧ୍ୟ ଆକ୍ରମଣ କରିଛି । ରୁଷିଆ ମଧ୍ୟ କ୍ଷେପଣାସ୍ତ୍ର ମାଡ଼ କରିଛି। କିଭରେ ବଡ଼ ଧରଣର ବିସ୍ଫୋରଣର ଶବ୍ଦ ଶୁଣାଯାଇଛି । ଅଗଷ୍ଟ ୨୩ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ୍ ଗସ୍ତରେ ଯାଇଥିଲେ । ପାଖାପାଖି ଅଢ଼େଇ ବର୍ଷ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ୟୁକ୍ରେନର ରାଜଧାନୀ କିଭରେ ପହଁଚିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ଏବଂ ଉଭୟଙ୍କ ମଧ୍ୟରେ ପ୍ରାୟ ୩ ଘଣ୍ଟା ଧରି ବୈଠକ ଚାଲିଥିଲା । ଏହି ଅବସରରେ ମୋଦୀ ଶାନ୍ତିର ବାର୍ତା ଦେଇଥିଲେ । ଯୁଦ୍ଧ ନୁହେଁ ସମସ୍ୟାର ସମାଧାନ । ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ହୋଇପାରିବ ବୋଲି ଭାରତ ବାର୍ତା ଦେଇଛି । ଏହା ପୂର୍ବରୁ ଜୁଲାଇରେ ମଧ୍ୟ ମୋଦୀ ଋଷ ଗସ୍ତ କରିଥିଲେ । ଏହି ସମୟରେ ୟୁକ୍ରେନ ଋଷ ଉପରେ ଆକ୍ରମଣ କରିଥିଲା  ।