କନକ ବ୍ୟୁରୋ; ୟୁକ୍ରେନ ଉପରେ ରୁଷର ଆଉ ଏକ ବଡ଼ ଆକ୍ରମଣ । ବିଳମ୍ବିତ ରାତିରେ ୟୁକ୍ରେନ ଉପରେ ଏକ ମିସାଇଲ ଓ ଡ୍ରୋନ ଆକ୍ରମଣ କରିଛି ରୁଷ୍ , ଯେଉଁଥିରେ ୪୦ଟି ମିସାଇଲ ଓ ପ୍ରାୟ ୫୮୦ଟି ଡ୍ରୋନ ବ୍ୟବହାର କରାଯାଇଥିଲା। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି, ଏହି ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ଆକ୍ରମଣ ଦିପ୍ନୋପ୍ରୋପେଟ୍ରୋଭସ୍କ, ମାଇକୋଲାଇଭ, ଚେରନିହିଭ, ଜାପୋରିଝିଆ, ପୋଲଟାଭା, କିଭ, ଓଡେସା, ସୁମି ଓ ଖାରକିଭ ଆଦି ନଅଟି ଅଞ୍ଚଳକୁ ଟାର୍ଗେଟ କରିଥିଲା କ୍ରେମଲିନ୍ ।
ଦିପ୍ନୋପ୍ରୋପେଟ୍ରୋଭସ୍କରେ ୨୬ ଜଣ ଆହତ ଅନେକ ଘର ଓ ଅଞ୍ଚଳ ଧ୍ଵଂସ
ୟୁକ୍ରେନର ଏୟାର ଫୋର୍ସ କହିଛି, ୫୫୨ଟି ଡ୍ରୋନ, ୨ଟି ବାଲିଷ୍ଟିକ ମିସାଇଲ ଓ ୨୯ଟି କ୍ରୁଜ ମିସାଇଲକୁ ନିଷ୍କ୍ରିୟ କରାଯାଇଛି
ୟୁକ୍ରେନର ଏଫ୍-୧୬ ଯୁଦ୍ଧ ବିମାନ ରୁଷ ମିସାଇଲ ନିଷ୍କ୍ରିୟ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲା
ଜେଲେନସ୍କି ଅନ୍ତର୍ଜାତୀୟ ସମୁଦାୟଙ୍କୁ ଆହ୍ଵାନ ଦେଇ ରୁଷିଆ ବିରୋଧରେ କଠୋର ନିଷ୍ପତ୍ତି ଓ ଅଧିକ ସାମରିକ ସହାୟତା ଦାବି କରିଛନ୍ତି।ଜେଲେନସ୍କି କହିଛନ୍ତି, ୟୁକ୍ରେନୀୟ ବାୟୁ ପ୍ରତିରକ୍ଷାକୁ ସୁଦୃଢ଼ କରିବା, ଅସ୍ତ୍ରଶସ୍ତ୍ର ଯୋଗାଣ ବୃଦ୍ଧି କରିବା ଏବଂ ରୁଷର ସାମରିକ ଯନ୍ତ୍ରପାତି ଏବଂ ଏହାକୁ ଆର୍ଥିକ ସହାୟତା ପ୍ରଦାନ କରୁଥିବା କ୍ଷେତ୍ରଗୁଡ଼ିକ ଉପରେ କଟକଣା ବୃଦ୍ଧି କରିବା ଆବଶ୍ୟକ। ୟୁକ୍ରେନ ରାଷ୍ଟ୍ରପତି ଆହୁରି କହିଛନ୍ତି, ରୁଷ ଉପରେ ପ୍ରତ୍ୟେକ କଟକଣା ଜୀବନ ରକ୍ଷା କରିବ । ରୁଷିଆ ଡ୍ରୋନଗୁଡ଼ିକ ପୋଲାଣ୍ଡର ବାୟୁସୀମା ଉଲ୍ଲଂଘନ କରିବାର ମାତ୍ର ଗୋଟିଏ ସପ୍ତାହ ପରେ ୟୁକ୍ରେନ୍ ଉପରେ ଆକ୍ରମଣ ହୋଇଛି ।
ରୁଷ ଆକ୍ରମଣରେ ଥରିଲା ୟୁକ୍ରେନ୍, ୪୦ ମିସାଇଲ, ୫୮୦ ଡ୍ରୋନ୍ ନିକ୍ଷେପ
୪୦ ମିସାଇଲ ଓ ୫୮୦ ଡ୍ରୋନ୍ ମାଡ଼ କଲା ପୁଟିନ ସେନା । ଏକାସଙ୍ଗେ ୧୫ ସହର ଉପରେ ଆଟାକ୍
/kanak/media/media_files/2025/09/20/war-2025-09-20-20-32-07.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)