Ukraine-Russia war Photograph: (Google)
କନକ ବ୍ୟୁରୋ: ଇରାନ ଯୁଦ୍ଧର ସୁଯୋଗ ନେଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁରୋପକୁ ଗ୍ୟାସ୍ ଯୋଗାଣ ବନ୍ଦ କରିବାର ଧମକ ଦେଇଛନ୍ତି । ଗଣମାଧ୍ୟମ ସହ କଥା ହୋଇ ସେ କହିଛନ୍ତି, ଇରାନରେ ଯୁଦ୍ଧ ଯୋଗୁ ସୃଷ୍ଟି ହୋଇଥିବା ଗ୍ୟାସ୍ ଅଭାବ ମସ୍କୋକୁ ଅନ୍ୟ ଦେଶକୁ ରପ୍ତାନି କରିବାର ସୁଯୋଗ ଦେଇପାରେ । ଜାନୁଆରି ୨୬ ତାରିଖରେ ୟୁରୋପୀୟ ସଂଘ ରୁଷ ଗ୍ୟାସ୍ ଆମଦାନି ଉପରେ ବ୍ୟାପକ ନିଷେଧକୁ ମଞ୍ଜୁର କରିବା ପରେ ପୁଟିନଙ୍କ ଏଭଳି ମନ୍ତବ୍ୟ ଆସିଛି । ଏହି ଯୋଜନାରେ ରୁଷ ତରଳୀକୃତ ପ୍ରାକୃତିକ ଗ୍ୟାସ (ଏଲ୍ଏନ୍ଜି) ଓ ପାଇପ୍ଲାଇନ୍ ଗ୍ୟାସ୍କୁ ପର୍ଯ୍ୟାୟକ୍ରମେ ବନ୍ଦ କରିବାକୁ କହିଥିଲା । ଯାହା ଦ୍ୱାରା ୨୦୨୭ ଶେଷ ସୁଦ୍ଧା ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହେବ ।
ଅଧିକ ପଢନ୍ତୁ: ଭୀଷଣ ହେଉଛି ଇରାନ ସହ ଆମେରିକା ଓ ଇସ୍ରାଏଲର ଯୁଦ୍ଧ, ଭାରତମହାସାଗରକୁ ବ୍ୟାପିଲା ଲଢ଼େଇ
କ୍ରେମଲିନ୍ ସାମ୍ବାଦିକ ପାଭେଲ୍ ଜାରୁବିନ୍ଙ୍କ ସହ କଥାବାର୍ତ୍ତା ସମୟରେ ପୁଟିନ୍ ୟୁରୋପ ପ୍ରତିବନ୍ଧକ ଲାଗୁ କରିବା ପୂର୍ବରୁ ଗ୍ୟାସ୍ ରପ୍ତାନି ବନ୍ଦ କରିବାକୁ କହିଛନ୍ତି । ୟୁରୋପୀୟ ସଂଘ ଗୋଟିଏ ମାସ ମଧ୍ୟରେ ରୁଷୀୟ ଗ୍ୟାସ୍ କ୍ରୟ ଉପରେ କଟକଣା ଲାଗୁ କରିବାକୁ ଯୋଜନା କରୁଥିବା ପୁଟିନ କହିଛନ୍ତି । ଏବେ ରୁଷ ପାଇଁ ଅନ୍ୟ ବଜାରଗୁଡ଼ିକ ଖୋଲିବାରେ ଲାଗିଛି। ବର୍ତ୍ତମାନ ୟୁରୋପୀୟ ବଜାରକୁ ଯୋଗାଣ ବନ୍ଦ କରିବା ଆମ ପାଇଁ ଅଧିକ ଲାଭଦାୟକ ହୋଇପାରେ। ଖୋଲିଥିବା ନୂଆ ବଜାରକୁ ଯିବା ପାଇଁ ଆମେ ଯୋଜାନ କରୁଛୁ ।
ଆମେରିକା-ଇରାନ ଯୁଦ୍ଧ ଯୋଗୁ ସଙ୍କଟ ବଢିବାରେ ଲାଗିଛି । ଏହା ମଧ୍ୟପ୍ରାଚ୍ୟକୁ ହିଂସାକୁ ଠେଳି ଦେଇଛି । ଫଳରେ ସାରା ବିଶ୍ୱରେ ତେଲ ଏବଂ ଗ୍ୟାସ୍ର ମୂଲ୍ୟ ବୃଦ୍ଧି ପାଇଛି । ହମୁର୍ଜ୍ ପ୍ରଣାଳୀ ବନ୍ଦ ହେବା ଯୋଗୁ ଗ୍ରାହକମାନେ ଅଧିକ ମୂଲ୍ୟରେ ପ୍ରାକୃତିକ ଗ୍ୟାସ୍ କିଣିବାକୁ ବାଧ୍ୟ ହେଉଛନ୍ତି। ଏହା ଏକ ସ୍ୱାଭାବିକ ସ୍ଥିତି, ଏଠାରେ ଅନ୍ୟ କିଛି ନାହିଁ, କୌଣସି ରାଜନୈତିକ ଏଜେଣ୍ଡା ନାହିଁ , ଏହା କେବଳ ବ୍ୟବସାୟ ବୋଲି ପୁଟିନ କହିଛନ୍ତି । ରୁଷ ସର୍ବଦା ଆମର ସମସ୍ତ ସହଯୋଗୀଙ୍କ ପାଇଁ ଏକ ନିର୍ଭରଯୋଗ୍ୟ ଶକ୍ତି ଯୋଗାଣକାରୀ ହୋଇଆସିଛି। ଏହା ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ପୁଟିନ କହିଛନ୍ତି ।
Follow Us