କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ୟୁକ୍ରେନକୁ ଚିନ୍ତାରେ ପକାଇଛି । ଏବେ ଟେନ୍‌ସନ୍‌ରେ ଜେଲେନସ୍କି । ୩ ବର୍ଷ ହେବ ଋଷ ସହ ଲାଗିଥିବା ଯୁଦ୍ଧରେ ୟୁକ୍ରେନ୍ ବିଦେଶୀ ସୈନ୍ୟ ଉପରେ ନିର୍ଭର କରୁଛି। ବିଶେଷ କରି ଆମେରିକା ଉପରେ ନିର୍ଭର କରୁଛି ୟୁକ୍ରେନ୍ । ଋଷ ବିପକ୍ଷ ଯୁଦ୍ଧରେ ୟୁକ୍ରେନକୁ ଆମେରିକାର ସାମରିକ ଏବଂ ଅର୍ଥନୈତିକ ସହାୟତାକୁ ଟ୍ରମ୍ପ ସମାଲୋଚନା କରିଛନ୍ତି । ରାଷ୍ଟ୍ରପତି ପଦ ପାଇଁ ରିପବ୍ଲିକାନ୍ ପାର୍ଟିର ନାମାଙ୍କନ ପରେ ଟ୍ରମ୍ପ ତାଙ୍କର ପ୍ରଥମ ଭାଷଣରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଟାର୍ଗେଟ୍ କରିଥିଲେ। ଜେଲେନ୍‌ସ୍କିଙ୍କୁ ଜଣେ ଭଲ ସେଲ୍ସମ୍ୟାନ୍ ବୋଲି କହିଥିଲେ । ଟ୍ରମ୍ପ ତାଙ୍କ ନିର୍ବାଚନ ପ୍ରଚାର ବେଳେ ଏହି ପ୍ରସଙ୍ଗକୁ ବାରମ୍ବାର ଉଠାଇଛନ୍ତି । ଆମେରିକୀୟ ନାଗରିକଙ୍କ ଟିକସ ଟଙ୍କା ନିଜ ଉପରେ ଖର୍ଚ୍ଚ କରିବା ପରିବର୍ତ୍ତେ ବାଇଡେନ୍ ପ୍ରଶାସନ ଏହାକୁ ଯୁଦ୍ଧରେ ଅନ୍ୟ ଦେଶମାନଙ୍କୁ ସାହାଯ୍ୟ କରିବାରେ ଖର୍ଚ୍ଚ କରୁଛି ବୋଲି କହିଥିଲେ। 

Advertisment

ଟ୍ରମ୍ପଙ୍କ ମନ୍ତବ୍ୟକୁ ନେଇ ଏବେ ଚିନ୍ତାରେ ଜେଲେନସ୍କି ।  ଯଦିଓ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଜେଲେନସ୍କି ଶୁଭେଚ୍ଛା ଜଣାଇଛନ୍ତି । ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ୟୁକ୍ରେନ୍‌ରେ ଶାନ୍ତି ଫେରିବ ବୋଲି କହିଛନ୍ତି ଜେଲେନସ୍କି। ଏପଟେ ଟ୍ରମ୍ପ ନିର୍ବାଚନ ଜିତିବା ପରେ ଦେଇଥିବା ପ୍ରଥମ ଅଭିଭାଷଣରେ ଯୁଦ୍ଧ ଶେଷ ହେବ ବୋଲି କହିଥିଲେ ଟ୍ରମ୍ପ।