କନକ ବ୍ୟୁରୋ: ବ୍ରିଟେନରେ ପୁଣି ଭାରତୀୟ ଶିଖଙ୍କ ଉପରେ ମରଣାନ୍ତକ ଆକ୍ରମଣ  ହୋଇଛି । ଶୁକ୍ରବାର ବ୍ରିଟେନରେ ଘଟିଥିବା ଏହି ଘଟଣା ଭାରତର ଶିଖ୍ ସମ୍ପ୍ରଦାୟ ମଧ୍ୟରେ ଘୋର ଅସନ୍ତୋଷ ସୃଷ୍ଟି କରିଛି । ସୂଚନା ମୁତାବକ, ବ୍ରିଟେନ ୱାଲୱରହେମ୍ପଟନ୍ ରେଲୱେ ଷ୍ଟେସନ ନିକଟରେ ୩ ଜଣ କିଶୋର ଆସି ଦୁଇ ଜଣ ବରିଷ୍ଠ ଶିଖଙ୍କ ଉପରେ ଆକ୍ରମଣ କରିଥିଲେ । ଦୁଇ ବରିଷ୍ଠ ତଳେ ପଡ଼ିଯିବା ପରେ ବି ଛାଡ଼ିନଥିଲେ । ବାରମ୍ବାର ଗୋଇଠା ମାରିଥିଲେ  । ଫଳରେ ସେମାନଙ୍କର ପଗଡ଼ି ଖୋଲିଯାଇଥିଲା  । ଏହି ଘଟଣାରେ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା କିନ୍ତୁ ପରେ ସେମାନଙ୍କୁ ଛାଡ଼ିଦେଇଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ଭାରତୀୟ ଶିଖ୍ ସମ୍ପ୍ରଦାୟ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଶିରୋମଣି ଅକାଳି ଦଳର ମୁଖ୍ୟ ସୁଖବୀର ବାଦଲ ବିଦେଶମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ନିଜର କ୍ଷୋଭ ଜଣାଇବା ସହ ବ୍ରିଟେନ ସରକାରଙ୍କ ଦୃଷ୍ଟିକୁ ଏହି ଘଟଣା ଆଣି ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ଅପିଲ କରିଛନ୍ତି ।  ବ୍ରିଟେନରେ ରହୁଥିବା ଶିଖଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଅପିଲ କରିଛନ୍ତି ।