ମଧ୍ୟପ୍ରଦେଶ ଉଜ୍ଜୟିନୀ ସ୍ଥିତ ମହାକାଳେଶ୍ବର ଜ୍ୟୋର୍ତିଲିଙ୍ଗ ମନ୍ଦିରରେ ବଡ଼ ଅଘଟଣ । ମନ୍ଦିରର ଅନ୍ନ କ୍ଷେତ୍ରରେ ଭୋଜନ ପ୍ରସ୍ତୁତ କରାଯାଉଥିବା ସମୟରେ ଘଟିଗଲା ବଡ଼ ଅଘଟଣ । ଆଳୁ ଛଡ଼ା ମେସିନରେ ଫସିଗଲା ମହିଳା କର୍ମଚାରୀଙ୍କ ଓଢ଼ଣୀ । ବେକ ଚିପିହେବା କାରଣରୁ ମହିଳା କର୍ମଚାରୀଙ୍କ ଚାଲିଗଲା ଜୀବନ । ଘଟଣାର ସୂଚନା ମିଳିବା ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଜିଲ୍ଲାପାଳ ନୀରଜ୍ କୁମାର ସିଂ , ମନ୍ଦିର ପ୍ରଶାସକ ଗଣେଶ ଧାକଡଙ୍କ ସମେତ ଅନ୍ୟ ଅଧିକାରୀ ମଧ୍ୟ ପହଂଚିଥିଲେ ।
/kanak/media/media_files/2024/12/21/OLctVhfbzMkoNkqLbmmG.png)
ଉଜ୍ଜେନ ମହାକାଳ ମନ୍ଦିରରେ ଆଉଟସୋର୍ସ କର୍ମଚାରୀ ଭାବେ କାର୍ଯ୍ୟରତ ରଜନୀ ଖତ୍ରି ଆଳୁ ଛଡ଼ା ମେସିନରେ କାମ କରୁଥିବା ସମୟରେ ଏଭଳି ଦୁଃଖଦ ଘଟଣା ଘଟିଗଲା । ରଜନୀ ପିନ୍ଧିଥିବା ଓଢ଼ଣୀ ମେସିନର ବେରିଙ୍ଗରେ ଫସିଗଲା ଏବଂ କିଛି ସମୟ ପରେ ହିଁ ବେକ ଚିପିହେବା କାରଣରୁ ରଜନୀଙ୍କ ମୃତ୍ୟୁ ହୋଇଗଲା । ଓଢଣୀ ଫସିବାର ତୁରନ୍ତ ବାଦ ଅନ୍ୟ ସହକର୍ମୀମାନେ ମେସିନକୁ ବନ୍ଦ କରିଦେଇଥିଲେ ହେଁ ମହିଳାଙ୍କ ଶ୍ବାସରୁଦ୍ଧ ହୋଇଯାଇଥିଲା । ତୁରନ୍ତ ରଜନୀଙ୍କୁ ହସ୍ପିଟାଲ୍ ନିଆଗଲା କିନ୍ତୁ ଭାଗ୍ୟର ବିଡ଼ମ୍ବନା ରଜନୀଙ୍କୁ ଡାକ୍ତର ମୃତ ଘୋଷଣା କଲେ । ଘଟଣାର ସୂଚନା ପାଇବା କ୍ଷଣି ମହାକାଳ ଥାନା ପୁଲିସ୍ ପହଂଚିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2024/12/21/MtccCZaPQqQEsJ7VMixL.jpg)