କନକବ୍ୟୁରୋ : ତୁହିନକାନ୍ତ ପାଣ୍ଡେ ହେଲେ କେନ୍ଦ୍ର ଅର୍ଥ ସଚିବ। ନିବେଶ ଓ ସାର୍ବଜନୀନ ସମ୍ପତ୍ତି ପରିଚାଳନା ବିଭାଗ ସଚିବ ତୁହିନ କାନ୍ତ ପାଣ୍ଡେଙ୍କୁ ଶନିବାର ଭାରତର ଅର୍ଥ ସଚିବ ଭାବେ ନିଯୁକ୍ତ କରାଯାଇଛି। ଟିଭି ସୋମନାଥନଙ୍କ ସ୍ଥାନରେ ପାଣ୍ଡେଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଅଗଷ୍ଟରେ ରାଜୀବ ଗୌବାଙ୍କ ସ୍ଥାନରେ ଭାରତର ନୂତନ କ୍ୟାବିନେଟ୍ ସଚିବ ଭାବେ ସୋମନାଥଙ୍କ ନିଯୁକ୍ତି ହୋଇଛି। ନୂଆ କେନ୍ଦ୍ର ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେ ଓଡ଼ିଶା କ୍ୟାଡରର ୧୯୮୭ ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ। ୨୦୧୯ ଅକ୍ଟୋବରରେ ଡିଆଇପିଏଏମ୍ର ଦାୟିତ୍ୱ ଗ୍ରହଣ କରିଥିଲେ ତୁହିନକାନ୍ତ।
୧୯୮୭ ବ୍ୟାଚ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତୁହିନକାନ୍ତ ପାଣ୍ଡେ ହେଲେ କେନ୍ଦ୍ର ଅର୍ଥ ସଚିବ, ଟିଭି ସୋମନାଥନଙ୍କ ସ୍ଥାନରେ ମିଳିଲା ନୂଆ ଦାୟିତ୍ୱ ।
Advertisment
Follow Us