ଯଦି ଆପଣ ବି ଯେଉଁଠି ପାରିଲେ ସେଇଠି ନିଜ ଫୋନ୍ ଚାର୍ଜ କରୁଛନ୍ତି କିମ୍ବା ପବ୍ଲିକ୍ ୱାଇ-ଫାଇକୁ ବ୍ୟବହାର କରୁଛନ୍ତି ତାହେଲେ ସାବଧାନ ! ଏଥିରେ ଆପଣ ସାଇବର୍ ଫ୍ରଡର ଶିକାର ହୋଇପାରନ୍ତି ଏବଂ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ଖାଲି ହେବାର ମଧ୍ୟ ଅଧିକ ସମ୍ଭାବନା ରହିଛି । ୟୁଜିସି ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ସାଇବର୍ ହାଇଜିନ୍ ଗାଇଡଲାଇନ୍ ଜାରି କରିଛି । Stay Cyber-Safe ! ମାଧ୍ୟମରେ ୟୁଜିସି HEIs ଛାତ୍ରଛାତ୍ରୀଙ୍କ ପାଇଁ ଏକ ହ୍ୟାଣ୍ଡବୁକ୍ ଜାରି କରିଛି ଯେଉଁଥିରେ ସାଇବର୍ ଠକେଇରୁ ବର୍ତ୍ତିବା ପାଇଁ କ’ଣ କରାଯିବ ଉଚିତ୍ ଏବଂ କ’ଣ ନୁହେଁ ଏ ବିଷୟରେ ସବିଶେଷ ତଥ୍ୟ ଦିଆଯାଇଛି । 

Advertisment

Hero---USB

ସାର୍ବଜନୀନ ସ୍ଥାନରେ ନିଜ ଫୋନ୍ ଚାର୍ଜ କରିବାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ । ସାଇବର୍ ଅପରାଧୀ ବିମାନ ବନ୍ଦର , କ୍ୟାଫେ , ହୋଟେଲ୍ , ବସଷ୍ଟାଣ୍ଡ୍ , ରେଲୱେ ଷ୍ଟେସନ ଭଳି ସ୍ଥାନରେ ୟୁଏସବି ଚାର୍ଜିଙ୍ଗ୍ ପୋର୍ଟର ବ୍ୟବହାର ଠକେଇ ପାଇଁ କରିଥାନ୍ତି । ଏଭଳି ସ୍ଥାନରେ ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ଚାର୍ଜ କରନ୍ତୁ ନାହିଁ ନଚେତ୍ ଆପଣ ଜୁସ୍ -ଜେକିଙ୍ଗ୍ ସାଇବର୍ କ୍ରାଇମର ଶିକାର ହେବେ । ଜୁସ୍ -ଜେକିଙ୍ଗ୍ ଦ୍ବାରା ଆପଣଙ୍କ ଫୋନରେ ବିପଦପୂର୍ଣ୍ଣ ଆପ୍ ଇନଷ୍ଟଲ୍ ହୋଇପାରେ ଯାହା ଆପଣଙ୍କୁ କାଙ୍ଗାଳ କରିବା ଦିଗରେ କାମ କରିବ । ଫୋନରୁ ଡାଟା ଚୋରାଇ ଅପରାଧି ଆପଣଙ୍କୁ ଟଙ୍କା ମାଗିପାରନ୍ତି ।

111

କେମିତି ବଞ୍ଚିବେ ?

୧. ମୋବାଇଲକୁ ଚାର୍ଜ କରିବା ପାଇଁ ଇଲେକ୍ଟ୍ରିକାଲ୍ ୱାଲ୍ ଆଉଟଲେଟର ବ୍ୟବହାର କରନ୍ତୁ । 
୨. ବାହାରକୁ ଗଲେ ନିଜର କେବଲ୍ କିମ୍ବା ପାୱାର ବ୍ୟାଙ୍କ୍ ସାଙ୍ଗରେ ନେବାକୁ ଚେଷ୍ଟା କରନ୍ତୁ । 
୩. ସଫ୍ଟୱେର୍ ସୁରକ୍ଷା ସୁବିଧାର ବ୍ୟବହାର କରି ନିଜ ମୋବାଇଲକୁ ଲକ୍ କରନ୍ତୁ ଏବଂ ଏହା ଅନ୍ୟ କୌଣସି ଡିଭାଇସ୍ ସହ କନେକ୍ଟ ଅଛି କି ନାହିଁ ସୁନିଶ୍ଚିତ କରନ୍ତୁ । 
୪. ଅତି ଜରୁରୀ ନ ପଡ଼ିଲେ କିମ୍ବା ସ୍ବିଚ୍ ଅଫ୍ ପରିସ୍ଥିତି ଉପଜିଲେ ହିଁ ପବ୍ଲିକ୍ ଫୋନ୍ ଚାର୍ଜିଙ୍ଗର ବ୍ୟବହାର କରନ୍ତୁ । 

dsfedtf

କ’ଣ କରିବେ ନାହିଁ ?

୧. ପବ୍ଲିକ୍ ୱାଇ-ଫାଇ ବ୍ୟବହାର କରୁଥିବା ବେଳେ ଇମେଲ୍ ଆଇଡି , ଅନଲାଇନ୍ ବ୍ୟାଙ୍କ ଆକାଉଣ୍ଟ ଖୋଲନ୍ତୁ ନାହିଁ । 
୨. ମେଲୱେୟର ବିପଦ ରହୁଥିବାରୁ ପାୟରେଟେଡ୍ ସଫ୍ଟୱେୟାରର ବ୍ୟବହାର କରନ୍ତୁ ନାହିଁ । ଭ୍ୟାଲିଡ୍ ସୋର୍ସରୁ ହିଁ କନେକ୍ଟ କରନ୍ତୁ । 
୩. ଅଜଣା ସେଣ୍ଟରଙ୍କ ଦ୍ବାରା ପଠାଯାଉଥିବା ଇମେଲକୁ ଆଟାଚମେଣ୍ଟ୍ କରନ୍ତୁ ନାହିଁ । 
୪. ନିଜର ସୁରକ୍ଷା ସଫ୍ଟୱେୟାରକୁ ଡିସେବଲ୍ କରନ୍ତୁ ନାହିଁ । 
୫. ଅନଭ୍ୟାଲିଡ୍ ଡାଉନଲୋଡିଂ ସାଇଟକୁ ବ୍ୟବହାର କରନ୍ତୁ ନାହିଁ । 
୬. ସାଇବର୍ ଆଟାକ୍ ସ୍ଥିତିରୁ ରିକଭର୍ କରିବା ପାଇଁ ମହତ୍ତ୍ବପୂର୍ଣ୍ଣ ଫାଇଲକୁ ରେଗୁଲାର୍ ବ୍ୟାକଅପ୍ ମୋଡରେ ରଖନ୍ତୁ । 
୭. ଆଣ୍ଟିଭାଇରସ୍ ଭଳି ସଫ୍ଟୱେୟାରକୁ ଅଥରାଇଜଡ୍ ପ୍ରୋଭାଇଡର୍ ଯେମିତିକି ପ୍ଲେଷ୍ଟୋର୍ , ଆପ୍ ଷ୍ଟୋର୍ ଭଳି ୱେବସାଇଟରୁ ହିଁ ଇନଷ୍ଟଲ୍ କରନ୍ତୁ ।