କନକ ବ୍ୟୁରୋ: ଉଦିତ ପ୍ରଧାନ ନିଲମ୍ବିତ । ଦୁଷ୍କର୍ମ ଅଭିଯୋଗରେ ଗିରଫ ପରେ କାର୍ଯ୍ୟାନୁଷ୍ଠାନ । ଛାତ୍ର କଂଗ୍ରେସ ସଭାପତି ପଦରୁ ନିଲମ୍ବିତ । ନିଲମ୍ବନ କଲେ ଜାତୀୟ ଯୁବ କଂଗ୍ରେସ ସଭାପତି । ଛାତ୍ରୀଙ୍କୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଉଦିତ ପ୍ରଧାନକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ ।
ଜଣେ ଛାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦ୍ରବ୍ୟ ଦେଇ ଦୁଷ୍କର୍ମ କରିବା ନେଇ ଛାତ୍ରୀ ଜଣକ ଲିଖିତ ଅଭିଯୋଗ କରିଥିଲେ। ମଞ୍ଚେଶ୍ୱର ଅଂଚଳରେ ଥିବା ଏକ ହୋଟେଲରେ ତାଙ୍କୁ ଦୁଷ୍କର୍ମ କରିବା ନେଇ ଅଭିଯୋଗ କରିଥିଲେ ଛାତ୍ରୀ । ଛାତ୍ରୀଙ୍କ ଅଭିଯୋଗ ଆଧାରରେ ଉଦିତ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ । ଆଜି ଉଦିତ ପ୍ରଧାନ ଓ ଅଭିଯୋଗକାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ନମୁନା ସଂଗ୍ରହ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/07/21/udit-pradhan-2025-07-21-11-23-07.jpg)