କନକ ବ୍ୟୁରୋ: ମହରାଷ୍ଟ୍ର ନିର୍ବାଚନକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଦବ ଠାକରେଙ୍କ ବଡ ବୟାନ, ମହାବିକାଶ ଆଘାଡିର ଇସ୍ତାହାର ଉନ୍ମୋଚନ ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ୨୩ ତାରିଖରେ ଆମେ ବିଜୟର ବାଣ ଫୁଟାଇବୁ ବୋଲି ଉଦ୍ଧବ ଠାକରେ କହିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନାମ ନନେଇ ସେ କହିଛନ୍ତି ଯେ ଜଣେ ବ୍ୟକ୍ତି ଏବେ ବେରୋଜଗାର ହେବାକୁ ଯାଉଛନ୍ତି । ଦେବେନ୍ଦ୍ର ଫଡନାଭିସ ମୋତେ ପ୍ରଥମେ ମୁମ୍ବାଇରେ ମନ୍ଦିର ନିର୍ମାଣ କରିବାକୁ ଚ୍ୟାଲେଞ୍ଜ କରିଥିଲେ। ଫଡନାଭିସଙ୍କୁ ଟାର୍ଗେଟ କରି ଉଦ୍ଧବ କହିଛନ୍ତି , ଥାନେ ଜିଲ୍ଲାରେ ଛତ୍ରପତି ଶିବାଜୀ ମହାରାଜଙ୍କ ମନ୍ଦିର ନିର୍ମାଣ କରିବାରେ ଆପଣ ସକ୍ଷମ ହେବେ କି ? ଆମ ସରକାର କ୍ଷମତାକୁ ଆସିବା ପରେ ଆମେ ପ୍ରତ୍ୟେକ ଜିଲ୍ଲାରେ ଛତ୍ରପତି ଶିବାଜୀ ମହାରାଜଙ୍କ ମନ୍ଦିର ନିର୍ମାଣ କରିବୁ। ଆମେ ସୁରଟରେ ଏକ ମନ୍ଦିର ମଧ୍ୟ ନିର୍ମାଣ କରିବୁ । ମୁମ୍ବାଇ ଓ ମହାରାଷ୍ଟ୍ରର ଗୁଜରାଟୀକରଣ ଚାଲିଛି, ସେମାନେ ଏହା ହେବାକୁ ଦେବେ ନାହିଁ । 
ମହାବିକାଶ ଆଘାଡିର ୫ଟି ପ୍ରତିଶ୍ରୁତି.-

Advertisment
  • ମହିଳାଙ୍କୁ  ପ୍ରତି ମାସରେ ୩ହଜାର ଟଙ୍କା ପ୍ରଦାନ ସହ ସରକାରୀ ବସରେ ମାଗଣା ଯାତ୍ରାର ସୁବିଧା
  • କୃଷକଙ୍କ ତିନି ଲକ୍ଷ ଟଙ୍କା ପର୍ୟ୍ୟନ୍ତ ରୁଣ ଛାଡ
  • ବେରୋଜଗାର ଯୁବକଙ୍କୁ ମାସକୁ ଚାରି ହଜାର ଟଙ୍କା
  • ପ୍ରତ୍ୟେକ ପରିବାରଙ୍କୁ ୨୫ଲକ୍ଷ ଟଙ୍କା ପର୍ୟ୍ୟନ୍ତ ସ୍ବାସ୍ଥ୍ୟ ବୀମା ଏବଂ ଅତ୍ୟାବଶକୀୟ ଔଷଧ ମାଗଣା ପ୍ରଦାନର ବ୍ୟବସ୍ଥା
  • ସାମାଜିକ- ଆର୍ଥିକ ସ୍ତରରେ ହେବ ଜାତିଗଣନା