ଉଦୟ ଚାନ୍ଦ ମଲ୍ଲିକ ହେଲେ OFSA ସଭାପତି

Advertisment

ତା ୩୦-୦୮-୨୦୨୫ ଭୁବନେଶ୍ୱର କେଶୁରା ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୫୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ସାମିଲ ହୋଇ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରି ଶ୍ରୀଯୁକ୍ତ ଉଦୟ ଚାନ୍ଦ ମଲ୍ଲିକଙ୍କୁ ସଭାପତି ଓ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ମିଶ୍ରଙ୍କୁ ସାଧାରଣ ସଚିବ ଏବଂ ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ନିର୍ବାଚିତ କରିଥିଲେ ।

OFSA President

Photograph: (Kanak News)

କନକ ବ୍ୟୁରୋ : Odisha Fire Safety Association (OFSA) ର ସାଧାରଣ ବୈଠକ ଏବଂ କର୍ମକର୍ତ୍ତା ନିର୍ବାଚନ । ତା ୩୦-୦୮-୨୦୨୫ ଭୁବନେଶ୍ୱର କେଶୁରା ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୫୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ସାମିଲ ହୋଇ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରି ଶ୍ରୀଯୁକ୍ତ ଉଦୟ ଚାନ୍ଦ ମଲ୍ଲିକଙ୍କୁ ସଭାପତି ଓ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ମିଶ୍ରଙ୍କୁ ସାଧାରଣ ସଚିବ ଏବଂ ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ନିର୍ବାଚିତ କରିଥିଲେ ।

ନିକଟ ଅତୀତରେ ସରକାରଙ୍କ ଦ୍ୱାରା ପ୍ରକାଶ କରାଯାଇଥିବା ପ୍ରମାଣପତ୍ର Gazette No: 11664/FS, Bhubaneswar, Date: 17th March 2025, HOME-FS-RULE-0001-2024 (Licence) ପ୍ରକ୍ରିୟା ଉପରେ ବିସ୍ତୃତଭାବେ ଆଲୋଚନା କରି ଏହାର ସଂଶୋଧନ ଓ ସରଳିକରଣ ଉପରେ ଏକ ପ୍ରତିନିଧି ମଣ୍ଡଳ ସରକାରଙ୍କୁ ସାକ୍ଷାତ କରି ଆଲୋଚନା କରିବା ନିମନ୍ତେ ସହମତି ପ୍ରକାଶ ପାଇଥିଲା । ସଭାପତି ଉଦୟ ଚାନ୍ଦ ମଲ୍ଲିକ ମହାଶୟ ଓଡିଶାର ବିଭିନ୍ନ ପ୍ରାନ୍ତରେ ଫାୟାର ସେଫଟି ବିଭାଗରେ କାର୍ଯ୍ୟ କରୁଥିବା ଭାଇମାନଙ୍କୁ ଏହି ଆସୋସିଏସନରେ ଯୋଗ ଦେବା ନିମନ୍ତେ ଆହ୍ୱାନ ଜଣାଇଛନ୍ତି ।

ଏହି ସଭାକୁ ସୁନୀଲ କୁମାର ନାୟକ, ପ୍ରୀତିରଞ୍ଜନ ପ୍ରଧାନ ପରିଚାଳନା କରିଥିଲେ ଏବଂ ସର୍ବଶେଷରେ ନରୁଲ ଇସଲାମ ସମସ୍ତଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe