କନକ ବ୍ୟୁରୋ: ଆଜିଠୁ ଇତିହାସ ରଚିବାକୁ ଯାଉଛି ଉତ୍ତରାଖଣ୍ଡ । ପ୍ରଥମ ରାଜ୍ୟ ଭାବେ ଆଜିଠୁ ୟୁସିସି ଲାଗୁ କରିବ ଉତ୍ତରାଖଣ୍ଡର ବିଜେପି ସରକାର । ଏନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସୂଚନା ଦେଇଛନ୍ତି । ୟୁସିସି ପୋର୍ଟାଲକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ପଷ୍କର ସିଂ ଧାମୀ । ୟୁସିସି ଲାଗୁ ହେବା ଦ୍ବାରା ରାଜ୍ୟରେ ସମସ୍ତଙ୍କ ପାଇଁ ସମାନ ଆଇନ ଲାଗୁ ହେବ । ସମାଜରେ କୌଣସି ପାତରଅନ୍ତର ରହିବ ନାହିଁ । ୟୁସିସି ଲାଗୁ କରିବା ନେଇ ୨୦୨୨ ଉତ୍ତରଖଣ୍ଡ ବିଧାନସଭା ନିର୍ବାଚନ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ବିଜେପି । ୨୦୨୨ ମାର୍ଚ୍ଚ ୨୨ ତାରିଖରେ ଉତ୍ତରାଖଣ୍ଡ କ୍ୟାବିନେଟ ଏନେଇ ଏନେଇ ଏକ ସ୍ବତନ୍ତ୍ର କମିଟି ଗଠନ କରିଥିଲା । ଗତ ଫେବୃଆରୀରେ ଉତ୍ତରାଖଣ୍ଡ କ୍ୟାବିନେଟ ୟୁସିସି ପ୍ରସ୍ତାବ ପାସ ହୋଇଥିଲା ।
ଆଜିଠୁ ଉତ୍ତରାଖଣ୍ଡରେ ‘ୟୁସିସି’ :
ୟୁସିସିର ଲାଗୁ ଅର୍ଥ ଧର୍ମ,ଜାତି,ବର୍ଣ୍ଣ,ଲିଙ୍ଗ ନିର୍ବିଶେଷରେ ଏକକ ଆଇନ କାର୍ୟ୍ୟକାରୀ
ବାହାଘର, ବିବାହ ବିଚ୍ଛେଦ,ପୋଷ୍ୟ ସନ୍ତାନ ଗ୍ରହଣ, ସମ୍ପତ୍ତି ଭାଗବଣ୍ଟା,ଲିଭଇନ ରିଲେସନ ସିଫ ପ୍ରସଙ୍ଗରେ ସମାନ ଆଇନ ଲାଗୁ କରାଯିବ
ବାହାଘର ପରି ଲିଭ ଇନ ରିଲେସନସିଫ ପାଇଁ ମଧ୍ୟ ପଞ୍ଜୀକରଣ କରିବା ବାଧ୍ୟତାମୂଳକ
ଏହାର ସମୟ ସୀମା ୬୦ଦିନ ରହିବ
ବିବାହ ପାଇଁ ପୁରୁଷ ସର୍ବନିମ୍ନ ବୟସ୨୧ ଓ ମହିଳା ୧୮ ବୟସ ବାଧ୍ୟତାମୂଳକ
ବାଲ୍ୟବିବାହ, ଏକାଧିକ ବିବାହ, ତିନ ତଲାକ କଡ଼ା କଟକଣା ଲାଗିବ
ଧର୍ମ,ଜାତି,ବର୍ଣ୍ଣ,ଲିଙ୍ଗ ନିର୍ବିଶେଷରେ ବିବାହ ବିଚ୍ଛେଦ ପାଇଁ ସମସ୍ତଙ୍କ ପାଇଁ ସମସ୍ତ ଆଇନ ଆସିବ
ପୁଅ ହେଉ କି ଝିଅ, ସମ୍ପତ୍ତି ଉତ୍ତରାଧିକାରୀଙ୍କ ପାଇଁ ସମାନ ନିୟମ ଲାଗୁ
ଲିଭଇନ ରିଲେସନରୁ ଜନ୍ମ ସନ୍ତାନକୁ ଆଇନଗତ ଅଧିକାର ପାଇବେ
ସମସ୍ତ ସରକାର ପ୍ରମାଣପତ୍ରରେ ପୁଅ କିମ୍ବା ଝିଅ ନୁହେଁ କେବଳ ସନ୍ତାନ ଲେଖାଯିବ