କନକବ୍ୟୁରୋ : ୨୦୨୨ ଫେବ୍ରୁଆରିରୁ ଆରମ୍ଭ ହୋଇଥିବା ୟୁକ୍ରେନ-ରୁ‌ଷ୍‌ ଯୁଦ୍ଧ ଥମିବାର ନାମ ନେଉନଥିବା ବେଳେ ନୂଆ ବର୍ଷରୁ ଏକ ଖୁସି ଖବର  ମିଳିଛି ।  ପ୍ରଥମ ଥର ନିମନ୍ତେ ଉଭୟ ଦେଶ ୩ ଶହ ଯୁଦ୍ଧବନ୍ଦୀଙ୍କୁ  ପରସ୍ପରକୁ ଫେରାଇଛନ୍ତି  ।  ୟୁଏଇ ମଧ୍ୟସ୍ଥତାରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧବନ୍ଦୀ  ହସ୍ତାନ୍ତର ପାଇଁ ବୁଝାମଣା   ହୋଇଥିଲା ଏବଂ ସର୍ତ୍ତ ମୁତାବକ ଉଭୟ ଦେଶ ଯୁଦ୍ଧବନ୍ଦୀଙ୍କୁ ମୁକ୍ତ କରିଛନ୍ତି  । 

Advertisment

ରୁଷ୍‌ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ,  ବୁଝାମଣା ବ୍ୟବସ୍ଥା ଅନୁସାରେ  ୟୁକ୍ରେନ ନିୟନ୍ତ୍ରିତ ଅଞ୍ଚଳରୁ ୧୫୦ ରୁଷୀୟ କର୍ମଚାରୀ ଫେରିଛନ୍ତି ।  ପ୍ରତିବଦଳରେ ରୁଷ୍‌ ୧୫୦ ୟୁକ୍ରେନ୍‌ ଯୁଦ୍ଧବନ୍ଦୀ ଓ ସୈନିକଙ୍କୁ ଫେରାଇଛି   । 

ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲ୍‌ଡିମିର ଜେଲେନ୍‌ସ୍କି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏ ସମ୍ପର୍କରେ  କରିଥିବା ପୋଷ୍ଟରେ  ଲେଖିଛନ୍ତି,  ୧୮୯ଜଣ ୟୁକ୍ରେନ୍‌ ସୈନିକ, ସୀମା ସୁରକ୍ଷାକର୍ମୀ, ଦୁଇଜଣ ସାଧାରଣ ନାଗରିକ ରୁଷ୍‌ ଅଧିକୃତ ମାରିୟୁପୋଲ୍‌ରୁ ୟୁକ୍ରେନ୍‌ ଫେରିଛନ୍ତି  ।  ଏହି ବ୍ୟକ୍ତିମାନେ ଆଜୋଭସତାଲ୍‌, ମାରିୟୁପୋଲ୍‌, ଚେର୍ନୋବିଲ୍‌ ଆଣବିକ ଶକ୍ତିକେନ୍ଦ୍ର  ଓ ସ୍ନେକ୍‌ ଦ୍ବୀପର ସୁରକ୍ଷା ଦାୟିତ୍ବରେ ଥିଲେ  ।