କନକ ବ୍ୟୁରୋ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ପ୍ରଥମ ବିଜୟ ହାସଲ କରିଛି ୟୁଏଇ । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ୍ରେ ଶୁକ୍ରବାର ଖେଳାଯାଇଥିବା ଗ୍ରୁପ୍ ‘ଡି’ର ଏକ ମ୍ୟାଚ୍ରେ କାନାଡାକୁ ୫ ୱିକେଟ୍ରେ ପରାସ୍ତ କରିଛି ଏହି ଏସୀୟ ଦଳ । ଟସ୍ ଜିତିବା ପରେ କାନାଡା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୦ ରନ୍ କରିଥିଲା । ଦଳ ପକ୍ଷରୁ ହର୍ଷ ଥାକର୍ ୫୦ ଓ ନବନୀତ୍ ଧଲିଓ୍ବାଲ୍ ୩୪ ରନ୍ର ଯୋଗଦାନ ଦେଇଥିବାବେଳେ ଶ୍ରେୟାସ ମୋଭା ୨୧ ରନ୍ କରିଥିଲେ । ୟୁଏଇ ପକ୍ଷରୁ ଜୁନୈଦ୍ ସିଦ୍ଦିକି ୩୫ ରନ ବିନିମୟରେ ୫ ଟି ୱିକେଟ୍ ନେଇଥିଲେ । ୧୫୧ ରନ୍ର ଲକ୍ଷ୍ୟକୁ ୟୁଏଇ ଆର୍ଯ୍ୟାଂଶ ଶର୍ମା ଓ ସୋହେବ ଖାଁଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ୧୯.୪ ଓଭରରେ ୫ ୱିକେଟ୍ ହରାଇ ହାସଲ କରିନେଇଥିଲା । ଆର୍ଯ୍ୟାଂଶ ଶର୍ମା ୭୨ ରନ୍ କରିଥିବାବେଳେ ସୋହେବ ଖାଁ ୫୧ ରନ୍ କରିଥିଲେ । କାନାଡା ପକ୍ଷରୁ ସାଦ୍ ବିନ୍ ଜାଫର ୧୪ ରନ ବ୍ୟୟ କରି ୩ଟି ୱିକେଟ୍ ନେଇଥିଲେ । ଜୁନୈଦ୍ ସିଦ୍ଦିକିଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।
ଏହା ବି ପଢ଼ନ୍ତୁ : ଅଭିଷେକ ଶର୍ମାଙ୍କୁ ନେଇ ସନ୍ଦେହ ଜାରି, ୧୫ରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍
Follow Us