ଫିଲିପାଇନ୍ସକୁ ଛାରଖାର କଲା ଘୂର୍ଣ୍ଣିଝଡ଼, ୨୪୧ ଜଣଙ୍କ ମୃତ୍ୟୁ, ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ମୃତ୍ୟୁସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ଥିବାବେଳେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜୋରସୋରରେ ଚାଲିଛି । ଅନ୍ୟପଟେ, ଏହି ଟାଇଫୁନ୍‌ ଆଗକୁ ଭିଏତନାମ ଆଡ଼କୁ ମୁହାଁଉଥିବାରୁ ସେଠାରେ ପ୍ରବଳ ବର୍ଷା ଓ ନିମ୍ନ ଅଞ୍ଚଳରେ ବନ୍ୟାର ଆଶଙ୍କା କରି ପୂର୍ବରୁ ସତର୍କତା ଜାରି କରାଯାଇଛି । କାଲମଗୀର କ୍ଷୟକ୍ଷତି ଭରଣା ନ ହେଉଣୁ ଫିଲିପାଇନ୍ସ ଉପରେ ପୁଣି ଏକ ନୂଆ ଝଡ଼ର ବିପଦ ମାଡ଼ି ଆସୁଥିବା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।

philipines

କନକ ବ୍ୟୁରୋ :  ଫିଲିପାଇନ୍ସରେ 'କାଲମେଗି'ର ତାଣ୍ଡବରେ  ୨୪୧ ଜଣଙ୍କ ମୃତ୍ୟୁ, ଦେଶବ୍ୟାପୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଦକ୍ଷିଣ-ପୂର୍ବ ଏସୀୟ ଦେଶ ଫିଲିପାଇନ୍ସରେ ସାମୁଦ୍ରିକ ଝଡ଼ 'କାଲମଗୀ' ପ୍ରଳୟଙ୍କରୀ ତାଣ୍ଡବ ରଚିଛି । ଭୟଙ୍କର ଝଡ଼ ଓ ପ୍ରବଳ ବର୍ଷାଜନିତ ବନ୍ୟା ତଥା ଭୂସ୍ଖଳନରେ ବର୍ତ୍ତମାନ ସୁଦ୍ଧା ୨୪୧ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ସୂତ୍ରରୁ ଖବର ମିଳିଛି । ଦେଶର ଅଧିକାଂଶ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ସରକାର ଜାତୀୟ ଜରୁରୀକାଳୀନ ପରିସ୍ଥିତି  ଘୋଷଣା କରିଛନ୍ତି ।

ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ, ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ କମ୍ପିଲା ପ୍ରଚାର, ପରସ୍ପରକୁ ଟାର୍ଗେଟ୍ କଲେ ଦୁଇ ମେଣ୍ଟର ନେତା

ମୃତ୍ୟୁସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ଥିବାବେଳେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜୋରସୋରରେ ଚାଲିଛି । ଅନ୍ୟପଟେ, ଏହି ଟାଇଫୁନ୍‌ ଆଗକୁ ଭିଏତନାମ ଆଡ଼କୁ ମୁହାଁଉଥିବାରୁ ସେଠାରେ ପ୍ରବଳ ବର୍ଷା ଓ ନିମ୍ନ ଅଞ୍ଚଳରେ ବନ୍ୟାର ଆଶଙ୍କା କରି ପୂର୍ବରୁ ସତର୍କତା ଜାରି କରାଯାଇଛି । କାଲମଗୀର କ୍ଷୟକ୍ଷତି ଭରଣା ନ ହେଉଣୁ ଫିଲିପାଇନ୍ସ ଉପରେ ପୁଣି ଏକ ନୂଆ ଝଡ଼ର ବିପଦ ମାଡ଼ି ଆସୁଥିବା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ବର୍ଷା ଯୋଗୁଁ ବନ୍ୟା ଆସିବାରୁ ମଧ୍ୟାହ୍ନ ସୁଦ୍ଧା ପ୍ରାୟ ୩,୫୦,୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଫିଲିପାଇନ୍ସର ସର୍ବାଧିକ କ୍ଷତିଗ୍ରସ୍ତ ପ୍ରଦେଶ ସେବୁରେ ବନ୍ୟା ଜଳ କମିବା ପରେ କ୍ଷୟକ୍ଷତିର ଦୃଶ୍ୟ ଆଶ୍ଚର୍ଯ୍ୟଚକିତ  କରିଛି ।

ପଞ୍ଚାୟତ ନିର୍ବାଚନ ପାଇଁ ମୋହନ ସରକାରଙ୍କ ବଡ଼ ପ୍ରସ୍ତୁତି, ଆସୁଛି ମୁଖ୍ୟମନ୍ତ୍ରୀଙ୍କ ମିସନ ପାୱାର, ଡେଡଲାଇନ୍ ନୁହେଁ ଏବେ ସିଧା ଟାଇମଲାଇନ୍

 ଯେଉଁଠାରେ ଭୁଶୁଡ଼ି ପଡ଼ିଥିବା ଘର, ଓଲଟି ପଡ଼ିଥିବା ଯାନବାହାନ ଏବଂ ଭଗ୍ନାବଶେଷରେ ଭର୍ତ୍ତି ରାସ୍ତା ଦେଖାଯାଇଥିଲା । ପବନର ବେଗ ଘଣ୍ଟା ପ୍ରତି ୧୪୦ କିଲୋମିଟରରୁ ଅଧିକ ରହିଥିଲା, ପରେ ୧୯୫ କିଲୋମିଟରକୁ ବୃଦ୍ଧି ପାଇଥିଲା । କାର ଉପରେ କାର ଛିଡା ରହିଛି ତ ଆଉ କେଉଁଠି କଣ୍ଟେନର୍‌ ଭାସିଯାଉଛି । ବର୍ତ୍ତମାନ ଚ୍ୟାଲେଞ୍ଜ ହେଉଛି ଭଗ୍ନାବଶେଷ ସଫା କରିବା । ଏହାକୁ ତୁରନ୍ତ ହଟାଇବା ଆବଶ୍ୟକ, କେବଳ ଭଗ୍ନାବଶେଷରେ ଥିବା କିମ୍ବା ସୁରକ୍ଷିତ ଅଞ୍ଚଳରେ ପହଞ୍ଚିଥିବା ନିଖୋଜ ଲୋକଙ୍କୁ ଖୋଜିବା ବାହାର କରିବା ପ୍ରଶାସନ ପାଇଁ ମୁଖ୍ୟ ଚାଲେଞ୍ଜ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe