କନକ ବ୍ୟୁରୋ : ଇବ୍ ନଦୀରେ ବୁଡ଼ି ଦୁଇ ଜଣ ଯୁବକ ନିଖୋଜ ଘଟଣା । ଦୀର୍ଘ ୪୦ ଘଣ୍ଟା ପରେ ଠାବହେଲା ଜଣେ ଯୁବକଙ୍କ ମୃତଦେହ । ସବଡେଗା ବ୍ଲକ ଯମୁନା ପଞ୍ଚାୟତ ମୟାବାହାଲ ଡଙ୍ଗା ଘାଟ ନିକଟରେ ପାଣି ଭିତରେ ଏକ ପଥରରେ ମୃତଦେହଟି ଲାଖି ରହିଥିବା ଦେଖିବାକୁ ମିଳିଥିଲା। ଉଦ୍ଧାର ହୋଇଥିବା ଯୁବକ ରୋଶନ ପାଶୱାନ ବୋଲି ଜଣାପଡ଼ିଛି । ଅନ୍ୟ ଜଣେ ଯୁବକଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳିନାହିଁ । ଗତ ବୁଧବାର ଦିନ ଇବ ନଦୀ କାହ୍ନାକୁଣ୍ଡ ଠାରେ ଭାସିଯାଇଥିଲେ ଦୁଇ ଯୁବକ । କାହ୍ନାକୁଣ୍ଡ ଦର୍ଶନୀୟ ସ୍ଥଳ ଠାରେ ଗାଧୋଇବାକୁ ଯାଇ ପ୍ରଖର ସ୍ରୋତରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ। ଦୁଇ ଯୁବକ ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅଞ୍ଚଳର ରୋଶନ ପାଶୱାନ ଏବଂ ଜୟନାରାୟଣ ପାତ୍ର। ରୋଶନଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଜୟନାରାୟଣ ଏବେ ବି ନିଖୋଜ ଅଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us