କନକ ବ୍ୟୁରୋ : ହଠାତ ବଢ଼ିଲା ଇବ୍ ନଦୀ ଜଳସ୍ତର । ମଝି ନଈରେ ଫସିଲେ ଯୁବକ । ସୁନ୍ଦରଗଡ଼ ସଦର ଭସମା ଥାନା କୁଡ଼ାବଗା ସ୍ଥିତ ଇବ ନଦୀ । ଯେଉଁଠି ଇବ ନଦୀ ଉପରେ ଚାଲିଛି ବ୍ୟାରେଜ୍ କାମ । ଏହି ବ୍ୟାରେଜ୍ ପ୍ରୋଜେକ୍ଟରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରନ୍ତି ଅତିଶ ପଣ୍ଡା । ରାତିରେ ସହଯୋଗୀଙ୍କ ସହିତ ବ୍ୟାରେଜ କାମ ଜଗିବା ପାଇଁ ଯାଇ ନଦୀ ମଝିରେ ଥିବା ଟାପୁରେ ଶୋଇଥିଲେ । ହେଲେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହଠାତ ଇବ ନଦୀରେ ଜଳସ୍ତର ବଢିଯାଇଥିଲା । ଆଉ ସେଠାରୁ ବାହାରି ପାରିନଥିଲେ ଦୁଇ ବ୍ୟକ୍ତି । ଫଳରେ ମଝି ନଈରେ ଥିବା ଟାପୁରେ ଦୀର୍ଘ ସମୟ ଧରି ଫସି ଯାଇଥିଲେ । ସାଢେ ତିନି ଘଣ୍ଟା ଧରି ଫସିବା ପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ।
ଟାପୁରେ ଶୋଇଥିଲେ ୨ ଯୁବକ, ହଠାତ ବଢିଗଲା ଜଳସ୍ତର
ଏହି ବ୍ୟାରେଜ୍ ପ୍ରୋଜେକ୍ଟରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରନ୍ତି ଅତିଶ ପଣ୍ଡା । ରାତିରେ ସହଯୋଗୀଙ୍କ ସହିତ ବ୍ୟାରେଜ କାମ ଜଗିବା ପାଇଁ ଯାଇ ନଦୀ ମଝିରେ ଥିବା ଟାପୁରେ ଶୋଇଥିଲେ । ହେଲେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହଠାତ ଇବ ନଦୀରେ ଜଳସ୍ତର ବଢିଯାଇଥିଲା । ଆଉ ସେଠାରୁ ବାହାରି ପାରିନଥିଲେ ଦୁଇ ବ୍ୟକ୍ତି ।
/kanak/media/media_files/2025/06/20/ffdffdsfddfdd-2025-06-20-10-02-08.jpg)