କନକ ବ୍ୟୁରୋ: ଗଜପତିରେ ହୋମଗାର୍ଡ ପଦବୀ ପାଇଁ ଶାରୀରିକ ପରୀକ୍ଷା ସମୟରେ ଜଣଙ୍କର ମୃତ୍ୟୁ ଘଟଣା । ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପରୀକ୍ଷା ଚାଲିଥିବା ବେଳେ ସୁଲନ୍ତ ମିଶାଲଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ସମ୍ପର୍କୀୟଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି । ତେବେ ଆଉ ୬ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ଜଣଙ୍କ ହେଲେ ରାମଗିରି ଥାନା ଅନ୍ତର୍ଗତ ପରିସଲ ଗାଁର ସୁଲନ୍ତ ମିଶାଲ । ସ୍ଥାନୀୟ ବେତାଗୁଡ଼ାଠାରେ ଶାରୀରିକ ପରୀକ୍ଷା ଚାଲିଥିଲା। ରାଣୀପେଣ୍ଠଠାରୁ ପଦ୍ମପୁର ଦୁଇ କିମି ରାସ୍ତାରେ ସକାଳୁ ଦୌଡ଼ ପରୀକ୍ଷା ଚାଲିଥିବାବେଳେ ଦୌଡ଼ରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ । କିନ୍ତୁ ହଠାତ୍ ତଳେ ପଡ଼ିଯିବା ପରେ ଗୁରୁତର ହୋଇ ପଡ଼ିବାରୁ ତୁରନ୍ତ ତାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଶାରୀରିକ ପରୀକ୍ଷା ବେଳେ ଅଘଟଣ ; ୨ ପରୀକ୍ଷାର୍ଥୀଙ୍କ ମୃତ୍ୟୁ
ଗଜପତି ପାରଳାଖେମୁଣ୍ଡିରେ ହୋମଗାର୍ଡ ପଦବୀ ପାଇଁ ଶାରୀରିକ ପରୀକ୍ଷା ବେଳେ ଅଘଟଣ । ୨ ଜଣ ପରୀକ୍ଷାର୍ଥୀଙ୍କ ମୃତ୍ୟୁ। ୪ ଜଣ ଅସୁସ୍ଥ ମେଡ଼ିକାଲରେ ଭର୍ତ୍ତି ।୧୪୪ ପଦ ପାଇଁ ଆସିଥିଲେ ହଜାରେରୁ ଅଧିକ ପରୀକ୍ଷାର୍ଥୀ ।
/kanak/media/media_files/2025/05/29/kPG97GvH4JW7FYa9OUnJ.jpg)