କନକ ବ୍ୟୁରୋ: ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ । ସୁନ୍ଦରଗଡ଼ ତଳସରା ଥାନା ଅନ୍ତର୍ଗତ ବାଲିଶଙ୍କରା ୨୩ ମାଇଲ ଠାରେ ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣ ବାଇକ୍ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । 

Advertisment

ଦୁଇ ଜଣ ଯୁବକ ହେଲେ ମାଳିଡିହି ଗ୍ରାମର ଅବିନାଶ ପ୍ରଧାନ ଓ ବିରଞ୍ଚି ପ୍ରଧାନ । ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ତଳସରା ଥାନାକୁ ଖବର ଦେଇ ଥିଲେ । ଖବର ପାଇ ତଳସରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।