ସୁନ୍ଦରଗଡ ଲହୁଣିପଡାରେ ଦୁଇ ଶିଶୁକନ୍ୟାଙ୍କୁ ମରଣାନ୍ତକ ଆକ୍ରମଣ, ଜଙ୍ଗଲକୁ ଟେକି ନେଇ ହତ୍ୟା ଉଦ୍ୟମ

ପୂର୍ବ ଶତ୍ରୁତାକୁ ନେଇ ୪ବର୍ଷ ଓ ୬ବର୍ଷର ଏହି ଦୁଇ ଶିଶୁଙ୍କ ଉପରେ ମରଣାନ୍ତ ଆକ୍ରମଣ କରାଯାଇଥିବା ପରିବାର ଲୋକ ଆଣିଲେ ଅଭିଯୋଗ । ସଂଧ୍ୟା ସମୟରେ ଦୁଇ ଭଉଣୀ ଘର ବାହାରେ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇଯାଇଥିଲେ ।

fdssfsdfsdfsdfs

କନକ ବ୍ୟୁରୋ : ସୁନ୍ଦରଗଡ ଲହୁଣୀପଡା ଥାନା ଭୁତୁଡା ଗ୍ରାମର ମୁଣ୍ଡା ସାହିରେ ଅଭାବନୀୟ ଘଟଣା। ଜଙ୍ଗଲରୁ ଗୁରୁତର ଅବସ୍ଥାରେ ୨ ନାବାଳିକା ଭଉଣୀଙ୍କୁ ଉଦ୍ଧାର କରାଯିବା ପରେ ରାଉରକେଲା ସ୍ଥାନାନ୍ତର । ପୂର୍ବ ଶତ୍ରୁତାକୁ ନେଇ ୪ବର୍ଷ ଓ ୬ବର୍ଷର ଏହି ଦୁଇ ଶିଶୁଙ୍କ ଉପରେ ମରଣାନ୍ତ ଆକ୍ରମଣ କରାଯାଇଥିବା ପରିବାର ଲୋକ ଆଣିଲେ ଅଭିଯୋଗ । ସଂଧ୍ୟା ସମୟରେ ଦୁଇ ଭଉଣୀ ଘର ବାହାରେ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇଯାଇଥିଲେ । ସମ୍ପର୍କୀୟ ଭାଇ ଦୁଇ ପିଲାଙ୍କ କାନ୍ଦ ଶୁଣି ଜଙ୍ଗଲ ଭିତରକୁ ଯାଇଥିବା ବେଳେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଠାବ କରିଥିଲେ । ଘଟଣା ସ୍ଥଳରୁ ତିନି ଜଣ ପୁରୁଷ ଓ ଜଣେ ମହିଳା ଦୌଡ଼ି ପଳାଇଥିବା ଦେଖିଥିଲେ ପ୍ରତ୍ୟକ୍ଷଦର୍ଶୀ। ପରେ ଆମ୍ବୁଲାନ୍ସ ଯୋଗେ ଦୁଇ ନାବାଳିକା ଭଉଣୀଙ୍କୁ ପ୍ରଥମେ ବଣାଇ ଡାକ୍ତରଖାନା ଓ ପରେ ରାଉରକେଲାକୁ ସ୍ଥାନାନ୍ତର କରାଯାଇଛି । ପୂର୍ବ ଶତ୍ରୁତା କାରଣରୁ ଏଭଳି ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe