କନକ ବ୍ୟୁରୋ: ଗାଜାରେ ହମାସ୍ ଏବଂ ଇସ୍ରାଏଲ ମଧ୍ୟରେ ଲାଗିଥିବା ଯୁଦ୍ଧକୁ ଆଜି ଦୁଇବର୍ଷ ପୂରିଛି । ୨୦୨୩ ମସିହା ଅକ୍ଟୋବର ୭ ତାରିଖରେରେ ଇସ୍ରାଏଲ୍ ଉପରେ ହମାସ୍ ଆକ୍ରମଣ କରିଥିଲା । ଏଥିରେ ୧୨ ଶହ ଲୋକ ପ୍ରାଣ ହରାଇଥିଲେ। ୨୫୧ ଜଣଙ୍କୁ ପଣବନ୍ଦୀ କରିନେଇଥିଲା ହମାସ୍ । ଏହାର ପ୍ରତିଶୋଧ ନେବାକୁ ଗାଜା ଷ୍ଟ୍ରିପ୍ ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ୍ । ଏହି ଯୁଦ୍ଧ ଆଜି ପର୍ଯ୍ୟନ୍ତ ଚାଲିଛି । ହମାସ୍ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ଓ ଶାନ୍ତି ପ୍ରତିଷ୍ଠା ପାଇଁ କତାର ଓ ଇଜିପ୍ଟ ମଧ୍ୟସ୍ଥତାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଦ୍ୟମ ଚଳାଇଛନ୍ତି । ଟ୍ରମ୍ପ୍ଙ୍କ ୨୦ ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ବାସ୍ତବ ରୂପ ଦେବା ପାଇଁ ଇସ୍ରାଏଲ ଅଧିକାରୀମାନେ ଇଜିପ୍ଟରର ଶାର୍ମ ଏଲ୍-ଶେଖ୍ସ୍ଥିତ ରେଡ୍ ସି ରିସର୍ଟରେ ଏକାଠି ହୋଇଛନ୍ତି । ଇସ୍ରାଏଲ୍ ପକ୍ଷରୁ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି ରୋନ୍ ଡେରମର । ହମାସ୍ର ପ୍ରତିନିଧି ଦଳର ନେତୃତ୍ବ ନେଇଛନ୍ତି ଖଲିଲ ଅଲ୍ ହୟାହ । ଆମେରିକାର ମଧ୍ୟପ୍ରାଚ୍ୟ ପ୍ରତିନିଧି ଷ୍ଟିଭ୍ ଓ୍ବିଟ୍କୋଫ୍ ଏବଂ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ଜ୍ୱାଇଁ ଜରେଡ୍ କୁସନେର ମଧ୍ୟ ଏହି ରିସର୍ଟରେ ପହଞ୍ଚିଥିବା ସୂଚନା ମିଳିଛି ।
ଗାଜା ଯୁଦ୍ଧକୁ ୨ ବର୍ଷ
୨୦୨୩ ଅକ୍ଟୋବର ୭ରେ ଲାଗିଥିଲା ଯୁଦ୍ଧ
ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ହମାସ୍
ଜବାବରେ ଆକ୍ରମଣ କରିଥିଲା ଇସ୍ରାଏଲ
ଦୁଇବର୍ଷ ହେଲା ଯୁଦ୍ଧ ଜାରି ରହିଛି
ଯୁଦ୍ଧବିରତି ପାଇଁ ଆମେରିକାର ପ୍ରୟାସ
ଟ୍ରମ୍ପଙ୍କ ୨୧ ସୂତ୍ରୀ ପ୍ରସ୍ତାବ ଉପରେ ଆଲୋଚନା ଜାରି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/07/40-2025-10-07-15-56-41.jpg)