କନକ ବ୍ୟୁରୋ : ଟ୍ରେନ୍ରୁ ଖସିପଡ଼ି ୨ ଜଣ ମହିଳାଙ୍କ ମୃତ୍ୟୁ । ଗଞ୍ଜାମ ସୁରୋଳ ରେଳ ଷ୍ଟେସନ ନିକଟ ଟ୍ରାକରୁ ମୃତଦେହ ଉଦ୍ଧାର ହୋଇଛି । ଦୁଇ ମୃତକ ହେଲେ ଚିକିଟି ପୀତାତଳି ଜଗନ୍ନାଥପୁର ଗାଁର ପ୍ରତିମା ଗୌଡ଼ ଓ ଝୁନୁ ଗୌଡ଼ । ପାଚିକା ସଂଘର ୧୦ ଜଣ ସଦସ୍ୟ ରାଲିରେ ଯୋଗଦେବା ପାଇଁ ଭୁବନେଶ୍ବର ଆସୁଥିଲେ । ସୁରୋଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ୁଥିବା ବେଳେ ଅସାବଧାନତା ଯୋଗୁଁ ଖସିପଡିଥିଲେ । ଯେଉଁଥିରେ ଉଭୟ ମହିଳାଙ୍କ ମୃତ୍ୟୁ ହୋଇଛି । ଉଭୟ ମହିଳା ଜଗନ୍ନାଥପୁର ସ୍କୁଲର ପାଚିକା ସହାୟିକା ଭାବେ କାର୍ୟ୍ୟ କରୁଥିଲେ । ଜଗନ୍ନାଥପୁର ଗ୍ରାମର ସରପଞ୍ଚ ଏ. ରାଙ୍ଗାରାଓ, ପରିବାର ଓ ଗ୍ରାମର ସହୃଦୟ ବ୍ୟକ୍ତି ପହଞ୍ଚି ଆରପିଏଫଙ୍କ ସହଯୋଗରେ ଶଵ ଉଦ୍ଧାର କରିଛନ୍ତି। ଏନେଇ ଜିଆରପିରେ ମାମଲା ରୁଜୁ ହୋଇ ଶଵ ବ୍ୟବଛେଦ ପାଇଁ ପଠାଇଛି । ଏ ଘଟଣା ଚିକିଟି ବ୍ଲକରେ ଶୋକର ଛାୟା ଖେଳାଇ ଦେଇଛି ।
ଟ୍ରେନ୍ରୁ ଖସିପଡ଼ି ୨ ମହିଳାଙ୍କ ମୃତ୍ୟୁ ; ଗଞ୍ଜାମ ସୋରଳ ଷ୍ଟେସନରେ ଅଭାବନୀୟ ଘଟଣା
ଟ୍ରେନ୍ରୁ ଖସିପଡ଼ି ୨ ମହିଳାଙ୍କ ମୃତ୍ୟୁ । ଗଞ୍ଜାମ ସୋରଳ ଷ୍ଟେସନରେ ଅଭାବନୀୟ ଘଟଣା। ଜଗନ୍ନାଥପୁର ଗାଁର ଦୁଇ ମହିଳା। ଜିଆରପିରେ ମାମଲା ରୁଜୁ।
/kanak/media/media_files/2024/12/15/VoRAb2SCYDvr7T3YDusE.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)